ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସଚିବଙ୍କ ସହ କିଛି ଜିଲ୍ଲାର ଜିଲାପାଳଙ୍କୁ ବଦଳି କରିଛନ୍ତି ।
ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହା ସହ OSRTCର CMD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଦକ୍ଷିଣାଞ୍ଚଳ ଆରଡିସି ରୁପାରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ।
ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହିତ ସେ ଉତ୍ତରାଞ୍ଚଳ ଆରଡିସି ଓ WODC ରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅବକାରୀ ବିଭାଗ ପ୍ରମୁଖ ସଚିବ ହେଲେ ଭାସ୍କରଜ୍ୟୋତି ଶର୍ମା।
ଇପିକଲ୍ ଏମଡି ଭୁପେନ୍ଦ୍ର ସିଂ ପୁନିଆ ହେଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସଚିବ ହୋଇଛନ୍ତି। ସେ ଇପିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ବରନ୍ ହେଲେ ଏସସି-ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ। ହସ୍ତତନ୍ତ ବୟନ ବିଭାଗ ସଚିବ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡି.ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଏମଏସ୍ଏମ୍ଇ ବିଭାଗ ସଚିବ। ସେ ମଧ୍ୟ IDCOର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରମ କମିଶନର ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଫ୍ୟାକଟ୍ରି ଓ ବଏଲରର୍ସ ଇନସିପେକ୍ଟର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରଓ୍ବାଲ ଅତିରିକ୍ତ ଏସଆରସି ନିଯୁକ୍ତ ହୋଇଛନ୍ତି। ସେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ହୋଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର। ସେହିପରି ଓଡ଼ିଶା ପାନୀୟ ନିଗମର ଏମ୍ଡି ଭାବେ ନିଯୁକ୍ତି ପାଇଲେ ଦେବେନ କୁମାର ପ୍ରଧାନ।
ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ହେଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ କରାଯାଇଥିବାବେଳେ
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ORMASର ସିଇଓ ଥିବା ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ। କ୍ରୀଡ଼ା ନିର୍ଦ୍ଦେଶକ ହେଲେ ଡ.ୟେଦୁଳା ବିଜୟ। ନିୟତି ପଟ୍ଟନାୟକ ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ।
ରାୟଗଡ଼ା ଜିଲ୍ଲାପାଳ ଥିବା ପାରୁଲ ପଟ୍ଟଓ୍ବାରୀ ହୋଇଛନ୍ତି SSEPD ନିର୍ଦ୍ଦେଶକ। ଅବୋଲି ସୁନୀଲ ନରବାଣେ ହୋଇଛନ୍ତି ଶିଳ୍ପ ନିର୍ଦ୍ଦେଶକ। ବୌଦ୍ଧ ଜିଲ୍ଲାପାଳ ଥିବା ସୁବ୍ରତ କୁମାର ପଣ୍ଡା ହେଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁମିତା ରଥ। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତା ହେଲେ ହସ୍ତତନ୍ତ ଓ ବୟନ ବିଭାଗ ଅତିରିକ୍ତ ସଚିବ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ହେଲେ ଅର୍ଥ ବିଭାଗ ଅତିରିକ୍ତ ସଚିବ।
ସେହିପରି ଜିଲ୍ଲାପାଳ ସ୍ତରରେ ଅଦଳବଦଳ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅମ୍ରିତ ଋତୁରାଜଙ୍କୁ ଦାୟିତ୍ବ ଦିଆଯାଇଛି। ସେ କନ୍ଧମାଳ ଜିଲ୍ଲାପାଳ ଥିଲେ । ରଥଯାତ୍ରା ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିବା ଚଞ୍ଚଳ ରଣାଙ୍କୁ ଭୁବନେଶ୍ବର ମହାନଗର ନିଗମ କମିଶନର ଭାବେ ଦାୟିତ୍ବ ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି।
ମାଲକାନଗିରି ଜିଲ୍ଲାପାଳ – ସୋମେଶ କୁମାର ଉପାଧ୍ୟାୟ
ସୁନ୍ଦରଗଡ଼ ଜିଲ୍ଲାପାଳ – ଶୁଭଙ୍କର ମହାପାତ୍ର
ଢେଙ୍କାନାଳ ଜିଲ୍ଲାପାଳ- ଆଶିଷ ଈଶ୍ବର ପାଟିଲ
ଗଞ୍ଜାମ ଜିଲ୍ଲାପାଳ-କୀର୍ତ୍ତି ଭାସନ ଭି.
କୋରାପୁଟ୍ ଜିଲ୍ଲାପାଳ – ମନୋଜ ସତ୍ୟବାନ ମହାଜନ
କନ୍ଧମାଳ ଜିଲ୍ଲାପାଳ – ବେଦଭୂଷଣଙ୍କୁ
ରାୟଗଡ଼ା ଜିଲ୍ଲାପାଳ- କୁଲକର୍ଣ୍ଣି ଆଶୁତୋଷ ସିଂ
ଗଜପତି ଜିଲ୍ଲାପାଳ – ମଧୁସ୍ମିତା
ଝାରସୁଗୁଡ଼ା ଜିଲ୍ଲାପାଳ – ଚୌହାନ କୁନାଲ୍ ମୋତିରାମ
ବୌଦ୍ଧ ଜିଲ୍ଲାପାଳ – ବିଭୂତି ଭୂଷଣ ନାୟକ
ସୁବର୍ଣ୍ଣପୁର ଜିଲ୍ଲାପାଳ – ନୃପରାଜ ସାହୁ
ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ରଘୁରାମ ଆୟାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି।

Comments are closed.