ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ତା ପୂର୍ବରୁ ବିଚାରକଙ୍କ ଦ୍ୱାରା ବିଚାର ହୋଇ ମୁଦା ଲଫାପା ମଧ୍ୟରେ ଥିବା ବିଭିନ୍ନ ବର୍ଗର ଶ୍ରେଷ୍ଠ ପୁରସ୍କାର ନାଁ ଗୁଡ଼ିକ ଘୋଷଣା କରାଯିବ। ଏହା ପରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ୪ ବର୍ଷ ପରେ ପ୍ରଦାନ କରାଯିବ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ।
ମନ୍ତ୍ରୀସୂଚନା ଦେଇ କହିଛନ୍ତି ବହୁବର୍ଷ ହେବ ଚଳଚ୍ଚିତ୍ର ସହ ବିଭାଗ ଅଧିନ ଅନ୍ୟାନ୍ୟ ପୁରସ୍କାର ବାକି ପଡ଼ିଛି । ଏହାକୁ ଜାତୀୟ ପୁରସ୍କାର ଶୈଳୀରେ ଅନୁକରଣ କରି ଦିଆଯିବ । ବିଶେଷ କରି ୨୦୨୦ ମସିହାରୁ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇନାହିଁ । ଗତ ବର୍ଷ ଅଗଷ୍ଟରେ ଏକା ବେଳେ ୩ ବର୍ଷ ପାଇଁ ୨୦୨୦-୨୧-୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ୨ ମାସ ପରେ ୯, ୧୦ ଓ ୧୧ତମ ଟେଲି ପୁରସ୍କାର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ ଚଳଚ୍ଚିତ୍ର ଆବେଦନ ବିଜ୍ଞପ୍ତିକୁ ବର୍ଷେ ପୂରିଥିବା ବେଳେ ଗୋଟିଏ ବର୍ଷର ବି ପୁରସ୍କାର ଦିଆଯାଇପାରିନି ।

Comments are closed.