ରାଜ୍ୟ ଖାଉଟି ସୁରକ୍ଷା ପରିଷଦର ପୁନଃର୍ଗଠନ,ନୂଆ ସଦସ୍ୟ ନିଯୁକ୍ତ

0

ଭୁବନେଶ୍ୱର: ରାଜ୍ୟ ଖାଉଟି ସୁରକ୍ଷା ପରିଷଦ (ଏସସିପିସି)ର ପୁନଃର୍ଗଠନ I ୮ ଜଣ ସଦସ୍ୟଙ୍କ ବଦଳରେ ନୂତନ ସଦସ୍ୟ ନିଯୁକ୍ତ କଲେ ରାଜ୍ୟ ସରକାର । ନବ ନିଯୁକ୍ତ ସଦସ୍ୟମାନେ ହେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡଙ୍ଗ ଏବଂ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ।

ଖାଉଟି ସୁରକ୍ଷା ପରିଷଦରୁ ପୁର୍ବତନ ସଦସ୍ୟ ପ୍ରମିଳା ବିଷୋଇ, ଅମର ପଟ୍ଟନାୟକ, ସ୍ନେହାଙ୍ଗୀନୀ ଛୁରିଆ, ବଦ୍ରି ନାରାୟଣ ପାତ୍ର, ରାଜେନ୍ଦ୍ର ଢୋଲକିଆ, ବିକ୍ରମ ପଣ୍ଡା, ବାସନ୍ତୀ ହେମ୍ବ୍ରମ୍ ଏବଂ ସଞ୍ଜୀବ କୁମାରଙ୍କୁ ବହିଷ୍କୃତ କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.