ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମ୍ ଘୋଷଣା । ସମୁଦାୟ ୩୫ ଜଣଙ୍କୁ ନେଇ ଏହି ଟିମ ଘୋଷଣା କରାଯାଇଛି I ଏଥିରେ ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକଙ୍କୁ ସାମିଲ କରାଯାଇଛି । ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, କୁସୁମ ଟେଟେ, ଗୋଲକ ମହାପାତ୍ର, ସୁକେଶି ଓରାମ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବାବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ । ସେହିପରି ମହେଶ୍ୱର ସାହୁ କିଷାନ ମୋର୍ଚ୍ଚା ସଭାପତି, ନିତ୍ୟାନନ୍ଦ ଗଣ୍ଡ ଏସଟି ମୋର୍ଚ୍ଚା, ବିଭୁପ୍ରସାଦ ତରାଇ ଏସସି ମୋର୍ଚ୍ଚା, ସୁରଥ ବିଶ୍ୱାଳ ଓବିସି ମୋର୍ଚ୍ଚା ସଭାପତି ହୋଇଥିବା ସୂଚନା ମିଳିଛି ।
Comments are closed.