ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକ ନେଇ ନୂଆ ବିବାଦ

ଦିନକୁ ଦିନ ବଢ଼ି ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ଏହି ଘଟଣାରେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କାମରେ ଏଏସ୍‌ଆଇ ସାମିଲ ହୋଇନାହିଁ । ଇଲେକଟ୍ରିକାଲ ର୍ନିମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କି;ୁ ଏଏସ୍‌ଆଇଙ୍କ ଦେଖା ନଥିବା ଜଣାପଡିଛି । ଏନେଇ ହାଇକୋର୍ଟରେ ଆଡଭୋକେଟ ଜେନେରାଲ କହିଥିଲେ, ଚାଲିଥିବା କାର୍ଯ୍ୟ ଓ ଭବିଷ୍ୟତରେ ହେବାକୁ ଥିବା କାମ ରାଜ୍ୟ ସରକାର ଏଏସ୍‌ଆଇ ସହଯୋଗରେ କରିବେ । କାମ ଚାଲିଥିବା ବେଳେ କୀର୍ତ୍ତିରାଜି ଯେପରି ଅକ୍ଷୂର୍ଣ୍ଣ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଏସ୍‌ଆଇ ନିର୍ମାଣସ୍ଥଳକୁ ଆସିନି । କୌଣସି କାର୍ଯ୍ୟ ଉପରେ ଟିªଣୀ ଦେଉ ନାହିଁ । କାମ ବନ୍ଦ କରିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଜଣାପଡିଛି । ତେବେ ସୂଚନା ଅଧିକାର ଆଇନରୁ ଓକିଲ ଶରତ ରାୟଗୁରୁଙ୍କୁ ମିଳିଥିବା ସୂଚନାରୁ ଏହି ତଥ୍ୟ ମିଳିଛି । ଗୋଟିଏ ପଟେ ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଥିବାବେଳେ ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ କରାଯାଉଛି । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, କିଛି ଆଇନଜୀବୀ, ଐତିହାସିକ, ଗବେଷକ, ଏମିତିକି ଜଗଦଗୁରୁ ଶଙ୍କାରାଚାର୍ଯ୍ୟ ବି ଏହାର ବିରୋଧ କରୁଛନ୍ତି । ହେଲେ ତା ସେ‰ବି ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀମନ୍ଦିର ଚାରିପାଖେ ଜୋରସୋରରେ ନିର୍ମାଣ ଚାଲିଛି । ଆଉ ଏହି ଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟରେ କେଶ୍‌ ଫାଇଲ୍‌ କରିଛି ।

Comments are closed.