ଢିଙ୍କିଆ: ମଇ ୦୫: ଗାଁକୁ ପ୍ରବେଶ ବେଳେ ୧୩ଟି ସଂଗଠନର ପ୍ରତିନିଧତ୍ୱଙ୍କୁ ଅଟକାଇଛନ୍ତି ସପକ୍ଷବାଦୀ । ଆଜି ଜେଏସଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଗସ୍ତ ବେଳେ ସେମାନଙ୍କ ପ୍ରବେଶକୁ ବିରୋଧ କରିଥିଲେ । ଆମେ ଆମ କଥା ବୁଝିବୁ, ବାହାର ପ୍ରତିନିଧି ଏଠାକୁ ଆସିବା ଦ୍ୱାରା ଗାଁର ଭାଇଚାରା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କମ୍ପାନୀ ପ୍ରତିଷ୍ଠା ହେଲେ ଗାଁରେ ଅନେକ ଲୋକ ରୋଜଗାରକ୍ଷମ ହେବେ ବୋଲି କହିଛନ୍ତି ପ୍ରସ୍ତାବିତ ପ୍ରକଳ୍ପ ସପକ୍ଷବାଦୀ । ତୀବ୍ର ବିରୋଧ ପରେ ସେଠାରୁ ଫେରିଆସିଥିଲେ ପ୍ରତିନିଧି ମଣ୍ଡଳୀ । ଏପଟେ ପୋଲିସ ଚାପରେ ଗ୍ରାମବାସୀ ବିରୋଧ କରିଥିବା କହିଛନ୍ତି ପ୍ରତିନିଧି ଟିମ୍ ସଦସ୍ୟ । ହେଲେ ଏନେଇ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ଢିଙ୍କିଆରେ ଜେଏସଡବ୍ଲୁ ପ୍ରକଳ୍ପ ପ୍ରତିଷ୍ଠାକୁ ନେଇ ବିରୋଧୀ ଓ ସପକ୍ଷବାଦୀ ମଧ୍ୟରେ ଦୀର୍ଘଦିନ ହେବ ଛକାପrା ଲାଗି ରହିଛି ।

Comments are closed.