ଖୁବଶୀଘ୍ର ବଲିଉଡ୍‌ ଡେବୁ୍ୟ କରିବ ସିଙ୍ଗର୍‌ ୟୋହାନୀ

ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସସନାଲ ସିଙ୍ଗର୍‌ ୟୋହାନୀ ‘ମାନିକେ ମାଗେ ହିତେ’ ଗୀତ ପାଇଁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ଏବେ ବି ଗୀତଟି ସୋସିଆଲ ମିଡିଆରେ ଧୁମ୍‌ ମଚାଇବାରେ ଲାଗିଛି । ପ୍ରଥମେ ୟୋହାନୀଙ୍କ ଲୋକପ୍ରିୟତା କେବଳ ତାଙ୍କ ଦେଶରେ ହିଁ ସୀମିତ ଥିଲା । ହେଲେ ମାନିକେ ମାଗେ ହିତେ ଗୀତ ଭାଇରାଲ ହେବା ପରେ ସମଗ୍ର ଦୁନିଆରେ ୟୋହାନୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ୟୋହାନୀ ଏବେ ଭାରତରେ ଅଛନ୍ତି ।

 ଖୁବଶୀଘ୍ର ବଲିଉଡ୍‌ ଡେବୁ୍ୟ କରିବ ସିଙ୍ଗର୍‌ ୟୋହାନୀ

ଖବର ଅନୁଯାୟୀ ଖୁବଶୀଘ୍ର ସେ ବଲିଉଡ୍‌ରେ ଡେବୁ୍ୟ କରିବାକୁ ଯାଉଛନ୍ତି । ସେ ଅଜୟ ଦେବଗନଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ରେ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ଜନ ଗାଇବେ । ଏସମ୍ପର୍କରେ ୟୋହାନୀ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ବଲିଉଡ୍‌ରେ ଡେବୁ୍ୟ କରିବାକୁ ନେଇ ସେ ଉତ୍ସାହିତ ଥିବା ପୋଷ୍ଟରେ ଲେଖିଛନ୍ତି । ଏହା ବ୍ୟତୀତ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ମାନିକେ ମାଗେ ହିତେର ହିନ୍ଦୀ ଗୀତରେ ତାଳେ ତାଳେ ନାଚିବେ ଫିଲ୍ମର ଲିଡ୍‌ ହିରୋ ସିଦ୍ଧାର୍ଥ ମଲହୋତ୍ରା ଏବଂ ନୋରା ଫତେହୀ । ୟୋହାନୀଙ୍କ ଏହି ସୁପରହିଟ୍‌ ଟ୍ରାକ୍‌କୁ ତନିଷ୍କ ବାଗଚି କମ୍ପୋଜ୍‌ କରିବେ । ରଶ୍ମି ବିରାଗ ଗୀତର ଲିରିକ୍ସ ଲେଖିଛନ୍ତି । ଫିଲ୍ମଟି ଆଗାମୀ ବର୍ଷ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରିତ ସିଂହ । ୟୋହାନୀ ନିକଟରେ ସଲମାନ ଖାନଙ୍କ ଶୋ ‘ବିଗ୍‌ ବସ୍‌ ସିଜିନ ୧୫’ରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ଆଗକୁ ମୁ୍ୟଜିକ ଶୋ ‘ଦ ବିଗ୍‌ ପିକ୍‌ଚର’ରେ ନଜର ଆସିବେ ।

Comments are closed.