ପୁରୀ : ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ସ୍କ୍ୱାର୍ଡ ବିରୋଧରେ ଶ୍ରଦ୍ଧାଳୁଙ୍କ ଅଭିଯୋଗ । ଲାଞ୍ଚ ନଦେଲେ ଦର୍ଶନାର୍ଥୀଙ୍କୁ ଦୁର୍ବ୍ୟବହାର । ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁମାନେ ବାରମ୍ବାର ଜେଟିପି ମାନଙ୍କର ଦୁର୍ବ୍ୟବହାରେ ଅତିଷ୍ଠ ହୋଇ ପ୍ରାୟ ୫୦ ରୁ ଅଧିକ ଭକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ଚିନ୍ମୟ ସେନାପତି ନାମକ ଜଣେ ଜେଟିପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ହାତଗୁଞ୍ଜା ନଦେଲେ ଚିନ୍ମୟ ସେନାପତି ଶ୍ରୀମନ୍ଦିର ଭିତରେ ଦର୍ଶନ ସମୟରେ ଶ୍ରଦ୍ଧାଳୁଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ସୂଚନାନୁସାରେ,ଗତ ୩ ମାସ ତଳେ ଜଗନ୍ନାଥ ମନ୍ଦିର ପୋଲିସ ନାମରେ ଆଉଟ୍ ସୋର୍ସେିଂ ମାଧ୍ୟମରେ ପ୍ରାୟ ୭୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସଙ୍କ ଭଳି ସ୍ଥାୟୀ ନୁହନ୍ତି କିନ୍ତୁ ଜଗନ୍ନାଥ ମନ୍ଦିର ପୋଲିସ ସ୍କ୍ୱାର୍ଡ ନାମରେ ଡ୍ୟୁଟି କରୁଛନ୍ତି । ଗତ ୬ ତାରିଖରେ ଲାଞ୍ଚ ନେଉଥିବା ବେଳେ ଜଣେ ଜେଟିପି ଧରାପଡ଼ିଥିଲେ । ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ । ଏହାପରେ ପୁଣି ଜଣେ ଜେଟିପିଙ୍କ ଵିରୋଡ଼ରେ ହୋଇଛି ଲାଞ୍ଚ ଅଭିଯୋଗ ।

Comments are closed.