ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ଡାକିଲେ ଜରୁରୀ ବୈଠକ । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି । ଲଗାଣ ବର୍ଷା ଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଫଳରେ ମୁଣ୍ଡଳୀରେ ଜଳସ୍ତର ଅଧିକ ବଢିଛି । ଏହାଦ୍ୱାରା ତଳିଆଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି ଇ ଏନେଇ ସତର୍କ ସୂଚନା ଜାରି କରଯାଇଛି।
ସେପଟେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଓ୍ୱେଲ ମାର୍କ ଲୋ ପ୍ରେସର୍ ତଥା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ୨୪ ଘଣ୍ଟାରେ ନେବ ଅବପାତର ରୂପ । ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ପ୍ରଭାବରେ ପ୍ରବଳ ବର୍ଷା ସହ ୫୦ କି.ମି. ବେଗରେ ପବନ ବହିବ ।

Comments are closed.