ଲକ୍ଷ୍ମୌ: ଜାନୁଆରୀ ୩୧: ୟୁପ ନିର୍ବାଚନ ଦିନକୁ ଦିନ ପ୍ରଖର ହେବାକୁ ଯାଉଛି । ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି, ଦଳୀୟଙ୍କ ମଧ୍ୟରେ ସେତିକି ଉତ୍ସୁକତା ବୃଦ୍ଧି ପାଉଛି । ୟୁପିର ଦୁଇ ମୁଖ୍ୟ ଦଳ ବିଜେପି ଏବଂ ସମାଜବାଦୀ ପାର୍ଟି ବା ସପାଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ସପାର ସୁପ୍ରିମୋ ଅଖିଳେ ଯାଦବ ଆଜି ମୈନପୁରୀରେ ଥିବା କରହଲ ଆସନ ତରଫରୁ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
କରହଲକୁ ସପାର ଗଡ଼ ବୋଲି କୁହାଯାଏ । କାରଣ ସପା ସେଠାରେ ୧୯୯୩ ମସିହାରୁ ନିଜର କାୟା ବିସ୍ତାର କରିଆସୁଛି । କିନ୍ତୁ ୨୦୦୨ରେ ସେଠାରେ ଥରେ ବିଜେପି ପାର୍ଥୀଙ୍କୁ ଟିକେଟ ମିଳିଥିଲା । ଏହାପରଠାରୁ ସପା ସେଠାରେ ଶାସନ କରୁଛି ।
ହେଲେ ଏଥର ବିଜେପି ସପା ସୁପ୍ରିମୋ ଅଖିଳେଶଙ୍କୁ ଟକର ଦେବା ପାଇଁ ତାଙ୍କ ଭାଈ ବୋହୂ ତଥା ତାଙ୍କ ପରିବାର ସାନ ବୋହୂ ଅପର୍ଣ୍ଣାଙ୍କୁ ପାର୍ଥୀ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ଅଖିଳେଶ କହିଛନ୍ତି, ବିଜେପି ଯେକୌଣସି ପାର୍ଥୀଙ୍କୁ ଆଣିବା କଥା ଆଣନ୍ତୁ, ତାଙ୍କୁ କେବଳ ପରାଜୟ ହିଁ ମିଳିବ ।

Comments are closed.