ସୁଜି ଗୋଲପଜାମୁ

ସାମଗ୍ରୀ- ଅଢେଇ କପ ସୁଜି, ତିନି ଚାମଚ ଘିଅ, ଏକ ଚାମଚ ଗୁଜୁରାତି ପାଉଡର, ୨ କପ୍‌ ଚିନି, ୨କପ୍‌ କ୍ଷୀର ।

ପ୍ରଣାଳୀ – ଗୋଟିଏ ପ୍ୟାନ୍‌ ଗରମ କରି ସେଥିରେ ପାଣି ଚିନିକୁ ପକାନ୍ତୁ । ଏହା ପେଷ୍ଟ ହେଲା ପର୍ଯ୍ୟନ୍ତ ଏହାକୁ ଘାଣ୍ଟନ୍ତୁ । ଏଥିରେ ଅଧା ଚାମଚ ଗୁଜୁରାତି ଗୁଣ୍ଡ ଓ ଏକ ଚାମଚ କ୍ଷୀର ମିଶାନ୍ତୁ । ଏହାପରେ ଚିନି ସିରା ପ୍ରସ୍ତୁତ ହୋଇଗଲା,

ସୁଜି ଗୋଲପଜାମୁ
ଏହାକୁ ଅଲଗା ରଖନ୍ତୁ । ଆଉ ଏକ ପ୍ୟାନରେ ଘିଅରେ ସୁଜି ପକାଇ ଭାଜନ୍ତୁ । ଏହାର ରଙ୍ଗ ହାଲୁକା ବଦଳିବା ଯାଏଁ ଭାଜନ୍ତୁ । ଏହାପରେ ଏଥିରେ ଚିନି ଓ ସିଝା କ୍ଷୀର, ଗୁଜୁରାତି ଗୁଣ୍ଡ ମିଶାନ୍ତୁ । କ୍ଷୀର ଶୁଖିଲା ଯାଏଁ ଏହାକୁ ଭାଜନ୍ତୁ । ଏହାପରେ ମିଶ୍ରଣକୁ ଥଣ୍ଡା କରନ୍ତୁ ।
ସୁଜି ଗୋଲପଜାମୁ
ଏହାପରେ ହାତରେ ଘିଅ ଲଗାଇ ଛୋଟଛୋଟ ବଲ ଆକାର ଦିଅନ୍ତୁ । ତାପରେ ଏହାକୁ ଛାଣନ୍ତୁ । ଛଣାଯାଇଥିବା ସୁଜି ଗୁଳାକୁ ସିରାରେ ବୁଡାନ୍ତୁ ।
ସୁଜି ଗୋଲପଜାମୁ
ପ୍ରସ୍ତୁତ ହୋଇଗଲା ସୁଜି ଗୋଲାପ ଜାମୁନ୍‌ ।

Comments are closed.