ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ମାସରେ କରୋନା ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେବା ପୂର୍ବରୁ ସୋନିଆ ଗାନ୍ଧୀ ମେ ମାସରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ପାର୍ଟିର ଚିନ୍ତନ ଶିବିରରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପାର୍ଟିର ପ୍ରାୟ ସମସ୍ତ ବଡ ନେତା ଯୋଗ ଦେଇଥିଲେ । କରୋନା ସଂକ୍ରମିତ ସୋନିଆ ନ୍ୟାସନାଲ ହେରାଲï ମାମଲାରେ ଇଡି ସମ୍ମୁଖରେ ହାଜର ହେବାନେଇ ତିନି ସପ୍ତାହ ସମୟ ମାଗିଛନ୍ତି । ହେଲେ ଇଡି ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Comments are closed.