ଆକ୍ସନ ମୁଡ଼ରେ ପରିବହନ ବିଭାଗ : ରାତି ଅଧିଆ ଚେକିଂ

ସୋନପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବରେ ଗାଡ଼ି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମୁଦାୟ ୧୫ଗୋଟି ଗାଡ଼ି ଜବତ ହୋଇଥିବା ବେଳେ ୧୨ଜଣ ମଦୁଆ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ତିନୋଟି ଡ୍ରାଇଭିଂଗ ଲାଇସେନ୍ସ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି ।

ଆକ୍ସନ ମୁଡ଼ରେ ପରିବହନ ବିଭାଗ : ରାତି ଅଧିଆ ଚେକିଂ

ଚଳିତ ମେ ମାସ ପ୍ରଥମ ସପ୍ତାହରୁ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ ବୋଲି ଘୋଷଣା ହୋଇଥିଲା ଓ ଏଥିରେ ବ୍ୟତିକ୍ରମ ହେଲେ ଚାଳକ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରୁବିନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଆକ୍ସନ ମୁଡ଼ରେ ପରିବହନ ବିଭାଗ : ରାତି ଅଧିଆ ଚେକିଂ

ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ହ ୍ରାସ କରିବା ପାଇଁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଡି ମୋଟର ଯାଞ୍ଚକୁ କଡାକଡ଼ି କରାଯାଉଛି । ସେହିପରି ସହରରେ ଦିନରାତି ଅନଭିଜ୍ଞ ଟ୍ରାକଫର ଚାଳକଙ୍କ ସ୍ପିଡ଼ ଓ ବେପରୁଆ ଗାଡିଚାଳନା ଉପରେ ବିଭାଗ ତୀå ନଜର ରଖିବା ସହ ଭାରିଯାନ ଚଳାଚଳ ଉପରେ ମଧ୍ୟ ଦୃଷ୍ଟି ଦେବା ଉପରେ ବିଭାଗ ଉପରେ ମଧ୍ୟ ବୁଦ୍ଧିଜୀବି ଆଶା ରଖିଛନ୍ତି । କ୍ରମାଗତ ଚେକିଂ ହିଁ ଦୁର୍ଘଟଣାକୁ ରୋକିବାରେ ଏକମାତ୍ର ସହାୟକ ହୋଇ ପାରିବ ବୋଲି ଅନେକ ସଚେତନ ବର୍ଗ ଆଶା କରୁଥିବା ବେଳେ ଜିଲ୍ଲା ପରିବହନ ବିଭାଗ ର ଏପରି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି । ପୋଲିସ ଓ ପରିବହନ ବିଭାଗ ତରଫରୁ ଏପରି କାର୍ଯ୍ୟାନୁଷ୍ଠାନରେ ମଦ୍ୟପ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ରାତିଅଧିଆ ମଦୁଆଙ୍କ ପ୍ରଭାବ ମଧ୍ୟ ଏବେ କମ ପରିଲକ୍ଷିତ ହେଉଛି ।

Govt

Comments are closed.