ୱାରେଣ୍ଟକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ ସିହ୍ନା

ନୂଆଦିଲ୍ଳୀ: ମାର୍ଚ୍ଚ ୦୯: ନିକଟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିବା ଖବର ଆସିଥିଲା। ତେବେ ବର୍ତ୍ତମାନ ସୋନାକ୍ଷୀ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ତ ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ। ଏହି ଉପାୟରେ ମୋତେ ହଇରାଣ କରିବାକୁ ଚେଷ୍ଟା କରାଯାଉଛି। ମୁଁ ସମସ୍ତ ମିଡିଆ ହାଉସ୍ ଏବଂ ସାମ୍ବାଦିକମାନଙ୍କୁ ଏପରି କୌଣସି ମିଥ୍ୟା ଖବର ନକରିବାକୁ ଅନୁରୋଧ କରୁଛି। କେହି ପବ୍ଲିସିଟି ପାଇବା ପାଇଁ ମୋ ନାମକୁ ଏହି ଉପାୟରେ ବ୍ୟବହାର କରୁଛି। ଏହି ମାମଲା ମୁରାଦାବାଦ କୋର୍ଟରେ ବିଚାରଧିନ ଏବଂ ଆହ୍ଲାବାଦ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ଅବମାନନା ପାଇଁ ମୋ ଟିମ୍ ଏହି ବ୍ୟକ୍ତିଙ୍କ ବିରୋଧରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମୁରାଦାବାଦ କୋର୍ଟ ଏହି ମାମଲାରେ ନିଜର ରାୟ ନ ଦେବା ପର୍ଯ୍ୟନ୍ତ ଏହା ମୋର ଏକମାତ୍ର ମନ୍ତବ୍ୟ ହେବ, ତେଣୁ ଦୟାକରି ଏଥିପାଇଁ ମୋ ପାଖକୁ ଆସନ୍ତୁ ନାହିଁ। ମୁଁ ଘରେ ଅଛି ଏବଂ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୋ ବିରୁଦ୍ଧରେ କୌଣସି ୱାରେଣ୍ଟ ଜାରି କରାଯାଇ ନାହିଁ।

Govt

Comments are closed.