ଆପଣ ଯଦି ଭାରତର କୌଣସି ହିଲ୍ ଷ୍ଟେଶନ ବୁଲିବାକୁ ଯୋଜନା କରୁଛନ୍ତି, ତା’ହେଲେ କିଛି ଜରୁରୀ ଜିନିଷକୁ ସର୍ବଦା ନିଜ ପାଖରେ ରଖିବା ଉଚିତ୍ । ବ୍ୟାଗ୍ ପ୍ୟାକ୍ କଲା ବେଳେ ପ୍ରଥମେ କିଛି ସାମଗ୍ରୀର ଲିଷ୍ଟ ତିଆରି କରନ୍ତୁ, ଯାହା ଦ୍ୱାରା ଆପଣ ଟ୍ରାଭେଲ ସମୟରେ କିଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆପଣଙ୍କ ପାଇଁ ରହିଛି କିଛି ଟ୍ରାଭେଲ ଟିପ୍ସ…
– ହିଲ୍ ଷ୍ଟେସନରେ ସାଧାରଣତଃ ତାପମାତ୍ରା କମ୍ ରହିଥାଏ । ତେଣୁ ଏପରି ପାଣିପାଗ ସ୍ଥାନ ପାଇଁ ଲେଦେର ଜ୍ୟାକେଟ୍ ନେଇକି ଯାଆନ୍ତୁ । ଏହା ବ୍ୟାଗ୍ରେ କମ୍ ସ୍ଥାନ ନେଇଥାଏ ଏବଂ ଲେଦେର ଜ୍ୟାକେଟ୍ ପିନ୍ଧିଲେ ଷ୍ଟାଇଲିସ୍ ଲୁକ୍ ପାଇବେ । ଏହାସହ ପ୍ରତିଦିନ ହିସାବରେ ସେ୍ୱଟର ରଖନ୍ତୁ ।
– ଅନେକ ଥର ଅଧିକ ସମୟ ପର୍ଯ୍ୟନ୍ତ ସେ୍ୱଟର ପିନ୍ଧି ରହିଲେ ଆଲର୍ଜି ହେବାର ଆଶଙ୍କା ଥାଏ । ତେଣୁ ଯାତ୍ରା ସମୟରେ ସର୍ବଦା ବଡି ୱାର୍ମର ପ୍ୟାକ୍ କରନ୍ତୁ । ଏହା ହାଲକା ହେବା ସହ ଆରାମଦାୟକ ହୋଇଥାଏ । ଏହାସହ ମଫଲର କମ୍ବା କ୍ୟାପ୍ ରଖନ୍ତୁ ।
-ଯେତେବେଳେ ବି ବୁଲିବାକୁ ଯାଉଛନ୍ତି ସର୍ବଦା ଜରୁରୀକାଳୀନ ଫୋନ ନମ୍ବର ପାଖରେ ରଖନ୍ତୁ । ଏକ ନୋଟ୍ରେ ସମସ୍ତ ଜରୁରୀକାଳୀନ ନମ୍ବରକୁ ଲେଖିକି ରଖନ୍ତୁ ।
-ବେଳେବେଳେ ବୁଲିବା ସମୟରେ ଆଘାତ ଲାଗିଥାଏ କିମ୍ବା ପାଣିପାଗ ପରିବର୍ତ୍ତନ ଯୋଗୁଁ ଥଣ୍ଡା, କାଶ କିମ୍ବା ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ବ୍ୟାଗ୍ ପ୍ୟାକ୍ କରିବା ସମୟରେ ପ୍ରାଥମିକ ଚିକିତ୍ସା ବାକ୍ସ ନିହାତି ଭାବେ ନିଅନ୍ତୁ ।

Comments are closed.