ଯବାନଙ୍କୁ ଠେଲିଦେଲେ ଟିଟିଇ, କଟିଗଲା ଗୋଡ଼

ଲକ୍ଷ୍ନୌ: ଚଳନ୍ତା ଟ୍ରେନରୁ ସେନାର ଜଣେ ଯବାନଙ୍କୁ ଟିଟିଇ ଠେଲି ଦେଲେ । ଫଳରେ ତାଙ୍କ ଗୋଡ଼ କଟିଯାଇଛି । ଦିବରୁଗଡ଼-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଗତକାଲି ଏହି ଘଟଣା ଘଟିଛି । ଟିକେଟକୁ ନେଇ ଯୁକ୍ତିତର୍କ ହେବାରୁ ଟିଟିଇ ସମ୍ପୃକ୍ତ ଯବାନଙ୍କୁ ଠେଲି ଦେଇଥିଲେ । ଯବାନ ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯବାନ ଜଣକ ତାଙ୍କ ଗୋଡ଼ ହରାଇଛନ୍ତି । ସେ ହେଉଛନ୍ତି ସୋନୁ । ବରେଲି ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ତାଙ୍କୁ ଠେଲି ଦିଆଯାଇଥିବା ସୋନୁ ଅଭିଯୋଗ କରିଛନ୍ତି । ଚଳନ୍ତା ଟ୍ରେନରୁ ଠେଲିଥିବା ଟିଟିଇ ସୁପାନ୍‌ ବୋରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

Soldier's leg amputated after TTE pushes him from moving train in UP
Sonu

ଉତ୍ତର ରେଳ ଅଧୀନରେ ଥିବା ମୋରଦାବାଦ ଡିଭିଜନର ସିନିୟର ଫାଇନାନ୍ସ ମ୍ୟାନେଜର ସୁଧୀର ସିଂ କହିଛନ୍ତି ଯେ, ଆମେ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛୁ । ରେଳ ଅଧିକାରୀଙ୍କ ଅନୁଯାୟୀ, ଟିକେଟକୁ ନେଇ ଟିଟିଇ ଏବଂ ସୋନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ କ୍ରୋଧିତ ହୋଇ ଟିଟିଇ ସୋନୁଙ୍କୁ ଟ୍ରେନ୍‌ ତଳାକୁ ଠେଲିଦେଇଥିଲେ ।

ଜଣେ ଅଧିକାରୀ କହିଛନ୍ତି, ତାଙ୍କୁ ତୁରନ୍ତ ସେନା ହସପିଟାଲ ନିଆଯାଇଥିଲା । ସେ ଦୁଇ ଗୋଡ ହରାଇଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି । ସରକାରୀ ରେଳ ପୁଲିସ ଷ୍ଟେସନ ହାଉସ ଅଧିକାରୀ ଅଜିତ ପ୍ରତାପ ସିଂ କହିଛନ୍ତି, ଭାରତୀୟ ଦଣ୍ଡ ସଂହିତା (ହତ୍ୟା ଉଦ୍ୟମ)ର ଧାରା ୩୦୭ ଅନୁଯାୟୀ ଟିଟିଇଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ସେ ଏବେ ଫେରାର ଅଛନ୍ତି । ତାଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି । ଏହି ଘଟଣା ପରେ କିଛି ଯାତ୍ରୀ ଟିଟିଇଙ୍କୁ ପିଟିଥିବା ଜଣାପଡ଼ିଛି ।

Comments are closed.