ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ

ଉଦ୍ଧମପୁର : ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ହମଲା । ଉଦ୍ଧମପୁର ଜିଲ୍ଲା ଡୋଡା ବସନ୍ତଗଡ଼ରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟ ଘଟି ଜଣେ ଯବାନ ସହିଦ ହୋଇଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ -କାଶ୍ମୀର ପୋଲିସ ଏବଂ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଆତଙ୍କୀଙ୍କ ଏକ ବଡ଼ ଗ୍ରୁପ ଇଣ୍ଟରନ୍ୟାସନାଲ ବର୍ଡର ପାର କରି ହିରାନଗର ସେକ୍ଟରରେ ଭାରତରେ ପଶିଥିଲେ ବୋଲି ଅନୁମାନ କରାଯାଉଛି । ଏହି ଅଞ୍ଚ​ଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ସେଠାରେ ଲୁଚି ରହିଥିବା ଆତଙ୍କବାସୀମାନେ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ ପାଲଟା ଗୁଳିମାଡ଼ କରିଥିଲେ। ହେଲେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ହେବା ପରେ ସହିଦ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି କରାଯାଇଛି ବୋଲି ଜମ୍ମୁ ପୋଲିସ ଏକ୍ସ ପୋଷ୍ଟରେ ସୂଚନା ଦିଆଯାଇଛି ।

ସୂଚନାନୁସାରେ,ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀର ପହଲଗାମ ଵୈସରନରେ ପର୍ଯ୍ୟଟକଙ୍କ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨ ଜଣ ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

Launching Ceremony of “AYUSHMAN BHARAT

Comments are closed.