କମ୍ବିଂ ଅପରେସନ ବେଳେ ବିସ୍ଫୋରଣ ଘଟି ଯବାନ ସହିଦ

ବଣାଇ : କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ ଘଟି ଜଣେ ଯବାନ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ଓଡିଶା – ଝାରଖଣ୍ଡ ପୋଲିସଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ଝାଡଖଣ୍ଡ ସୀମାନ୍ତ ବାଙ୍କୋ ସଂଲଗ୍ନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ଗୁରୁତର ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି । ତାଙ୍କୁ ରାଉରକେଲା ସେକ୍ଟର ୧୯ ରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସପି ନୀତେଶ ୱାଧୱାନୀ ଓ ସିଆଇପିଏଫର ବରିଷ୍ଠ ଅଧିକାରୀ ହସ୍ପିଟାଲରେ ପହଂଚି ଗୁରୁତର ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଶେଷ ସୂଚନା ଅନୁସାରେ,କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଥିବା ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଗୁରୁତର ଆହତ ହୋଇ ଯବାନ ଜଣକ ରାଉରକେଲା ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Govt

Comments are closed.