ସଫ୍‌ଟଓୟାର ଇଂଜିନିୟର ଶେ୍ୱତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା

ଭୁବନେଶ୍ୱର: ସଫ୍‌ଟଓୟାର ଇଂଜିନିୟର ଶେ୍ୱତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସଙ୍ଗୀନ ହେଉଛି । ଏହି ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ନୋଟିସ ପଠାଯିବା ସହିତ ୩୦୬ ଦଫା ଲାଗିଛି । ଏଣେ ସୌମ୍ୟଜିତ୍‌ ଫେରାର୍‌ ଅଛନ୍ତି ।

ଶେ୍ୱତାଙ୍କ ଆତ୍ମହତ୍ୟା କରିବା ପଛରେ ବୟଫ୍ରେଣ୍ଡ ବିରୋଧରେ ଶେ୍ୱତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଶେ୍ୱତାଙ୍କର କିଛି ଭିଜୁଆଲ୍‌ ଭାଇରାଲ କରିବାର ଧମକ ଦେଇ ବ୍ଲାକମେଲ୍‌ କରୁଥିଲେ ବୟଫ୍ରେଣ୍ଡ ସୌମ୍ୟଜିତ । ଏହାସହିତ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖି ଶେ୍ୱତାଙ୍କୁ ନିର୍ଯାତନା ଦେବାରୁ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

 ସଫ୍‌ଟଓୟାର ଇଂଜିନିୟର ଶେ୍ୱତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା, ଭାଇରାଲ୍‌ ହେଉଛି ସିସିଟିଭି ଫୁଟେଜ୍‌

ଶେ୍ୱତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଶେ୍ୱତା ଓ ସୌମ୍ୟଜିତ ମଧ୍ୟରେ ପ୍ରେମ ସଂପର୍କ ଥିଲା । ସେମାନଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ସୌମ୍ୟ ଶେ୍ୱତାଙ୍କୁ ଦେଇଥିଲା । ଏହିପରିକି ଶେ୍ୱତାଙ୍କ ବିବାହ ପ୍ରସ୍ତାବ ନେଇ ତାଙ୍କ ବାପା ସୌମ୍ୟଙ୍କ ଘରକୁ ଦୁଇ ଥର ଯାଇଥିଲେ । ସୌମ୍ୟଙ୍କ ପରିବାର ଲୋକ ୩୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲେ । ସୌମ୍ୟ ଅନ୍ୟ ଝିଅଙ୍କ ସହିତ ସଂପର୍କ ରଖି ଶେ୍ୱତାଙ୍କୁ ନିର୍ଯାତନା ଦେଉଥିଲା । ଏନେଇ ପୋଲିସ ଶେ୍ୱତାଙ୍କ ମୋବାଇଲ ଓ ଡାଏରି ଜବତ କରିଛି । ସେଥିରୁ ରହସ୍ୟ ଫିଟିବ ବୋଲି କୁହାଯାଉଛି ।

 ସଫ୍‌ଟଓୟାର ଇଂଜିନିୟର ଶେ୍ୱତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା, ଭାଇରାଲ୍‌ ହେଉଛି ସିସିଟିଭି ଫୁଟେଜ୍‌
ସୌମ୍ୟଜିତ ମହାପାତ୍ର

ଅନ୍ୟପକ୍ଷରେ, ସୌମ୍ୟଜିତଙ୍କ ପତ୍ତା ମିଳୁନି । ତାଙ୍କ ଘର ଲୋକଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ନାହିଁ । ସୌମ୍ୟଜିତ ପଢୁଥିବା ଅନୁଷ୍ଠାନରେ ପୋଲିସ ଖୋଜାଖୋଜି କରୁଥିବା ସୂଚନା ମିଳିଛି । ସୌମ୍ୟଙ୍କ ପଡ଼ୋଶୀଙ୍କ ସୂଚନା ଅନୁସାରେ, ଏହି ପରିବାର କାହା ସହ ଭଲରେ ମିଶନ୍ତି ନାହିଁ । ଏମାନେ କଳହ ପ୍ରିୟ ବୋଲି ମଧ୍ୟ ପଡ଼ୋଶୀ ଅଭିଯୋଗ ଆଣିଛନ୍ତି ।

ଗତକାଲିଠାରୁ ସୋସିଆଲ୍‌ ମିଡିଆରେ ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ସୌମ୍ୟଙ୍କ ଘର ସାମ୍ନାର । ଭିଡିଓ ଦୃଶ୍ୟ ଅନୁସାରେ, ରାତି ପ୍ରାୟ ୧୦ଟା ୧୭ ମିନିଟରେ ସୌମ୍ୟଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକରେ କୁଆଡ଼େ ବାହାରି ଯାଇଥିଲେ । ତେବେ ପରେ ବାଇକ୍‌ ନେଇ କେବଳ ଜଣେ ଫେରିଥିଲେ । ତେବେ ସୌମ୍ୟଜିତଙ୍କ ଘରୁ କେଉଁ ୨ ଜଣ ବାହାରକୁ ଯାଇଥିଲେ ଏବଂ କାହାକୁ ଛାଡ଼ି ଅନ୍ୟ ବ୍ୟକ୍ତି ଜଣକ ଫେରିଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

Govt

Comments are closed.