ଦିଲ୍ଲୀ: ସୋମବାର ଏକ କାର୍ ଦୁର୍ଘଟଣାରେ ସୋସିଆଲ ମିଡିଆରେ ଭାଉଡି ବାଟି ନାମରେ ଚର୍ଚ୍ଚିତ ରୋହିତ ବାଟିଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଏହି କାର୍ ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ସାଙ୍ଗ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ମନୋଜ ଏବଂ ଅସିତ୍ଙ୍କ ସହିତ ରୋହିତ ଏକ ପାର୍ଟିରେ ଯୋଗ ଦେଇସାରି କାର୍ ମାଧ୍ୟମରେ ଫେରୁଥିବା ବେଳେ ଚୁହାଡପୁର ଅଣ୍ଡରପାସ୍ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସକାଳ ପ୍ରାୟ ୩ଟା ସମୟରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ବିଟା ୨ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅନିଲ କୁମାର କହିଛନ୍ତି ଯେ , କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ମୋଡ଼ ବୁଝାମଣା କରିବାରେ ବିଫଳ ହୋଇଥିଲା ଏବଂ ଏକ ଗଛ ସହ ଧକା ହୋଇଥିଲା । ତେବେ ରୋହିତଙ୍କ ଦୁଇ ସାଙ୍ଗ ଏବେ ଗୁରୁତର ଅଛନ୍ତି ।
ରୋହିତ ହେଉଛନ୍ତି ଗୁଜର ସମ୍ପ୍ରଦାୟର ଏବଂ ତାଙ୍କ ଘର ବୁଲନ୍ଦସହରଠାରେ । ସେ ଗ୍ରେଟର ନୋଏଡାରେ ରହୁଥିଲେ । ସେ ତାଙ୍କ ଭିଡିଓ ଏବଂ ରିଲ୍ ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ୯୦୦ ହଜାରରୁ ଅଧିକ ଫଲୋଅର୍ସ ରହିଛନ୍ତି ।

Comments are closed.