ସ୍ପାଇସ୍‌ ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଜୁଲାଇ ୦୭: ୧୮ ଦିନ ଭିତରେ ବିମାନରେ ୮ ଥର ବୈଷୟିକ ତ୍ରୁଟି । ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଇଛି ପ୍ରଶ୍ନବାଚୀ । ଏହି କାରଣରୁ ସ୍ପାଇସ୍‌ ଜେଟକୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍‌ । କାହିଁକି ବିମାନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ତାର ଜବାବ ଦେବାକୁ ଡିଜିସିଏ କହିଛି । ଗତକାଲି ସ୍ପାଇସ୍‌ ଜେଟର ଏକ କାର୍ଗୋ ବିମାନ ଚୀନ ଯାଉଥିବା ବେଳେ ଅଧାବାଟରୁ ଫେରି ଆସିଥିଲା । କାରଣ ଏହାର େୱଦର୍‌ ରାଡାର କାମ କରିନଥିଲା । ୧୮ ଦିନ ଭିତରେ ଏପରି ୮ ଥର ହେଲାଣି । ପରିସ୍ଥିତି ଏପରି ହୋଇଛି ଯେ, ଫ୍ଲାଇଟଗୁଡ଼ିକ ଉଡ଼ାଣ ଭରି ପୁଣି ବିମାନ ବନ୍ଦରକୁ ଫେରି ଆସୁଛି । ନ ହେଲେ ଅନ୍ୟ ଏକ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଛି । ଏହାସହ ଖରାପ ଇଣ୍ଟରନାଲ ସୁରକ୍ଷା, ଉପଯୁକ୍ତ ମରାମତି ନ ହେବା ଦ୍ୱାରା ସୁରକ୍ଷା ବିପଦପୂର୍ଣ୍ଣ ହେଉଛି ବିମାନଯାତ୍ରା । ଏହାସହ ଭେଣ୍ଡରମାନଙ୍କୁ ଠିକ୍‌ ସମୟରେ ବିଲ୍‌ ପେମେଣ୍ଟ ମଧ୍ୟ କରାଯାଉନାହିଁ । ଏହାଦ୍ୱାରା ସ୍ପେୟାର ପାର୍ଟସ୍‌ ମିଳୁନି । ତେଣୁ ଯାତ୍ରୀଙ୍କ ସୁରକ୍ଷା ବିପଦପୂର୍ଣ୍ଣ ହୋଇଥିବା ଡିଜିସିଏ ନୋଟିସରେ ଦର୍ଶାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଛୋଟରୁ ଛୋଟ ଭୁଲକୁ ମଧ୍ୟ ଅଣଦେଖା କରାଯିବ ନାହିଁ । କାରଣ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଗତିବିଧି ଉପରେ ନଡର ପକାଇଲେ, ମେ ୧ – ମୁମ୍ବାଇ-ଦୁର୍ଗାପୁର ବିମାନରେ ଆହତ ହୋଇଥିଲେ । ୧୨ ଯାତ୍ରୀମେ ୪ – ବୈଷୟିକ ତ୍ରୁଟି ଯୋଗୁ ଚେନ୍ନାଇରୁ ଉଡ଼ାଣ ପରେ ପୁଣି ଫେରିଥିଲା ସ୍ପାଇସ୍‌ ଜେଟ୍‌ । ମେ ୩୦ – ବୋଇଂ ୭୩୭ର ପାଇଲଟଙ୍କ ତ୍ରୁଟିପୂର୍ଣ୍ଣ ସିମୁଲେଟର ପାଇଁ ଫାଇନ୍‌ କରିଥିଲେ ଡିଜିସିଏ, ଜୁଲାଇ ୨ – ବୈଷୟିକ ତ୍ରୁଟି କାରଣରୁ ଉଡ଼ାଣ ଭରିବା ପରେ ଫେରିଥିଲା ଦିଲ୍ଲୀ-ଜବଲପୁର ବିମାନ, ଜୁଲାଇ ୫- ୱିଣ୍ଡସିଲରେ ଫାଟ ଯୋଗୁ ଜରୁରୀ ଅବତରଣ କରିଥିଲା କାଣ୍ଡାଲ୍‌-ମୁମ୍ବାଇ ବିମାନ, ଜୁଲାଇ ୫ – ବୈଷୟିକ ତ୍ରୁଟି ଯୋଗୁ ଫେରିଥିଲା କୋଲକାତାରୁ ଚୀନ୍‌ ଯାଉଥିବା କାର୍ଗୋ ବିମାନ । ତେବେ ବାରମ୍ବାର ଏହିପରି ଘଟଣା ସାମ୍ନାକୁ ଆସୁଥିବାରୁ ବିମାନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Govt

Comments are closed.