ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

ଗଭୀର ନିଦରେ ଶୋଇବା ପରେ କିଛି ଲୋକ ଘୁଙ୍ଗୁଡି ମାରିବାକୁ ଲାଗିଥାନ୍ତି । ଘୁଙ୍ଗୁଡି ସାଧାରଣତଃ ସୁଖନିଦ୍ରା ବେଳେ ଶ୍ୱାସକ୍ରିୟାରେ ପ୍ରାକୃତିକ ବ୍ୟାଘାତକୁ ବୁଝାଏ । ନିଦ୍ରିତ ଅବସ୍ଥାରେ ଅତ୍ୟଧିକ ଘୁଙ୍ଗୁଡ଼ି ମାରିବା ଦ୍ୱାରା କିମ୍ବା ଗଳାରେ ନିଶ୍ୱାସ ଅଟକି ଯିବା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଯଦି ନିଶ୍ୱାସ ୧୦ ସେକେଣ୍ଡରୁ ଅଧିକ ବନ୍ଦ ହୋଇଯାଏ ଏହାକୁ ‘ସ୍ନୋରିଂ’ କହନ୍ତି । ଏହି ରୋଗ ଶତକଡ଼ା ୪୫ ଭାଗ ପୁରୁଷଙ୍କ କ୍ଷେତ୍ରରେ ଏବଂ ଶତକଡ଼ା ୩୦ଭାଗ ମହିଳାଙ୍କ କ୍ଷେତ୍ରରେ ଦେଖାଦେଇଥାଏ ।

ତେବେ ପ୍ରଥମେ ଆସନ୍ତୁ ଜାଣିନେବା ଶୋଇବାବେଳେ ଆମେ ଘୁଙ୍ଗୁଡି କାହିଁକି ମାରିଥାଉ । ସାଧାରଣତଃ ନିଃଶ୍ୱାସ ନେବା ବେଳେ ଅମ୍ଲଜାନ ନାକ ବାଟରେ ଗଳା ଏବଂ ସ୍ୱର ଯନ୍ତ୍ର ଦେଇ ଫୁସ୍‌୍‌ଫୁସ୍‌୍‌କୁ ଯାଇଥାଏ ।
ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

ତେବେ ନାକରେ କୌଣସି ଆଘାତ ଲାଗିଲେ, ପଲିପ୍‌୍‌ (ମାଂସବୃଦ୍ଧି) , ରାଇନାଇଟିସ୍‌ କିମ୍ବା ଗଳାର ରାସ୍ତାରେ ଅବରୋଧ କାରଣରୁ ଅମ୍ଳଜାନ ଏହି ବାଟ ଦେଇ ଯିବା ସମୟରେ ଏହି ମାଂସପେଶୀଗୁଡିକ ମଧ୍ୟରେ କମ୍ପନ ସୃଷ୍ଟିହୋଇଥାଏ । ଏହାଫଳରେ ଏକ ଶଦ୍ଦ ସୃଷ୍ଟି ହୋଇଥାଏ, ଯାହାକୁ କି ଆମେ ସାଧାରଣ ଭାଷାରେ ଘୁଙ୍ଗୁଡି ବୋଲି କହିଥାଉ । ଯଦି ଆପଣଙ୍କ ଘୁଙ୍ଗୁଡି ସମସ୍ୟା ଅଛି ତେବେ ତୁରନ୍ତ ଇଏନ୍‌ଟି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।
ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

କେତେବେଳେ ନେବେ ଡାକ୍ତରଙ୍କ ପରାମର୍ଶ
ଶୋଇବା ବେଳେ ଘୁଙ୍ଗୁଡି ମାରିବାକୁ ଏକ ସାଧାରଣ ସମସ୍ୟା ଭାବି ଆମ ଭିତରୁ ଅନେକ ଏହାକୁ ଅବହେଳା କରିଥାନ୍ତି , ହେଲେ ଯଦି ଶୋଇବାବେଳେ ଆପଣ,
୧. ଅତ୍ୟଧିକ ଘୁଙ୍ଗୁଡ଼ିମାରୁଛନ୍ତି
୨. ଦିନ ବେଳା ନିଦ ଲାଗୁଛି
୩. ସକାଳେ ନିଦ ଲାଗିବା ସହିତ ମୁଣ୍ଡ ବିନ୍ଧୁଛି
୪. ରାତ୍ରିରେ ବାରମ୍ବାର ନିଦ୍ରାଭଂଗ ହେଉଛି
୫. ଅଣ ନିଶ୍ୱାସୀ ଲାଗୁଛି
୬. ଛାତି ଜାମ ଲାଗୁଛି
ତେବେ ଆଉ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଯଦି ଏହି ଅବସ୍ଥା ଦୀର୍ଘଦିନ ଧରି ଲାଗି ରହେ ତାହା ହେଲେ ସଂପୃକ୍ତ ବ୍ୟକ୍ତିଙ୍କର ଅନେକ ଅସୁବିଧା ହୋଇଥାଏ ଯଥା-କାମରେ ବ୍ୟାଘାତ ହେବା, ମାନସିକ ଅବସାଦଗ୍ରସ୍ତ, ଚିଡ଼ିଚିଡ଼ା ପ୍ରକୃତି ବଢିବା, ରକ୍ତଚାପ ବଢେ, ମଧୁମେହ ଦେଖାଯାଏ ଆଦି ।
ଡାକ୍ତରୀ ପରୀକ୍ଷା
ଘୁଙ୍ଗୁଡି ସମସ୍ୟା ଚିହ୍ନଟ ପାଇଁ ସାଧାରଣତଃ ନାକର ଏଣ୍ଡୋସ୍କୋପି୍‌ ପରୀକ୍ଷା କରାଯାଏ । ତେବେ ନିଦ୍ରାଜନିତ ସମସ୍ୟା କାରଣରୁ ଯଦି ଘୁଙ୍ଗୁଡ଼ି ମାରୁଛନ୍ତି , ତେବେ ଅମ୍ଲଜାନ ଅବରୋଧ ସ୍ତର ଜାଣିବା ପାଇଁ ନିଦ୍ରାର ଅଧ୍ୟୟନ ପାରାମିଟର, ଏୟାରେୱ ଏଣ୍ଡୋସ୍କୋପି, ଶୋଇବାବେଳେ, ଅକ୍ସିମେଟ୍ରିି ପରୀକ୍ଷା କରିବା ସହିତ ଆବଶ୍ୟକ ପଡିଲେ ଏମ୍‌୍‌.ଆର.ଆଇ ସ୍କାନ୍‌ କିମ୍ବା ସିଟି ସ୍କାନ୍‌ କରାଯାଏ ।

ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

କିଭଳି କରିବେ ଚିକିତ୍ସା
ଯଦି ଆପଣଙ୍କର କିମ୍ବା ପରିବାର ସଦସ୍ୟଙ୍କ ଘୁଙ୍ଗୁଡି ସମସ୍ୟା ଅଛି ତେବେ ଅବହେଳା କରନ୍ତୁ ନାହିଁ । ତୁରନ୍ତ ଇଏନ୍‌ଟି ଡାକ୍ତରଙ୍କ ସହ ଯୋଯୋଗ କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶରେ, ଟନ୍ସିଲେକେଫାମି, ଆପ୍ନିଆ ଚିକିତ୍ସା ରୋଗର ଆଡେନୋଡେକେଫାମି ଭଳି ଚିକିତ୍ସା କରାଇ ନିଅନ୍ତୁ । ତେବେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ସୁଖନିଦ୍ରା, ସୁସ୍ଥ ଜୀବନର ଆଉ ଏକ ମନ୍ତ୍ର । ତେଣୁ ନିଦ୍ରା ବ୍ୟାଘାତ ଯେପରି ନହୁଏ ସେଥିପ୍ରତି ଯତ୍ନବାନ ହେବା ଦରକାର ।

Launching Ceremony of “AYUSHMAN BHARAT

Comments are closed.