SMC ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ,ଗରମ ଲୁହା ପଡି ଶ୍ରମିକ ଅର୍ଦ୍ଧଦଗ୍ଧ

ଝାରସୁଗୁଡା : ଏସଏମସି ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା I ତରଳ ଲୁହା ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି I ତାଙ୍କ ଶରୀର ର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି I ଆହତ ଶ୍ରମିକଙ୍କ ନାଁ ମହାବୀର ମାଝୀ I ଶ୍ରମିକଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ ସେଠାରେ କାମକରୁଥିବା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I

ଘଟନାନୁସାରେ,ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ବ୍ଲାଷ୍ଟଫର୍ଣ୍ଣେସରେ କାମ କରୁଥିଲେ ମହାବୀର I ଏହି ସମୟରେ ତାଙ୍କ ଉପରେ ତରଳ ଲୁହା ଖଣ୍ଡ ଖସି ପଡ଼ିଥିଲା । ଫଳରେ ତାଙ୍କ ଦେହର ୯୦ ପ୍ରତିଶତ ପୋଡ଼ି ଯାଇ ଥିଲା । ମହାବୀରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ବୁର୍ଲା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଆସି ତାଙ୍କୁ ରାଉରକେଲା ଆଇଜିଏଚ କୁ ସ୍ଥାନାନ୍ତର କରିଥିଲେ ।

ମହାବୀରଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ହୋଇଥିବା ଜଣାଯାଇଛି। କାରଖାନା ମଧ୍ୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ପୂର୍ବରୁ ବିଭିନ୍ନ ସମୟରେ ବହୁ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ କାରଖାନାରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ତେବେ ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ହେୟ ଜ୍ଞାନ କରୁଥିବା ବେଳେ ଝାରସୁଗୁଡ଼ାରେ ଥିବା ଫ୍ରାକ୍ଟ୍ରି ଓ ବଏଲର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।

Launching Ceremony of “AYUSHMAN BHARAT

Comments are closed.