ମହାମାରୀର ନୂଆ ଟ୍ରେଣ୍ଡ୍‌: ବିରଳ ରୋଗ ନିରୂପଣ କରିବ ୱାଚ୍‌

ଏଟ୍ରିମଲ୍‌ ଫିବ୍ରିଲେସନ୍‌ ନାମକ ହୃଦରୋଗରେ ପ୍ରତି ବର୍ଷ କୋଟି କୋଟି ଲୋକ ପ୍ରାଣ ହରାଉଛନ୍ତି । କେବଳ ଏହି ରୋଗରେ ବ୍ରିଟେନରେ ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହେଉଛି । ଏହାର ଚିକିତ୍ସା ହୋଇପାରିଲେ, ଅଧିକାଂଶ ଲୋକଙ୍କୁ ବଞ୍ଚାଇ ହେବ । ଅନ୍ୟପକ୍ଷରେ ଏହି ରୋଗର ପରୀକ୍ଷା ବେଶ୍‌ ମହଙ୍ଗା ଏବଂ ଅସ୍ପଷ୍ଟ । ହେଲେ ଖୁବଶୀଘ୍ର ଆପଲ୍‌ ୱାଚ୍‌ ଏବଂ ଫିଟବିଟ୍‌ସ ଦ୍ୱାରା ଏହାକୁ ଚିହ୍ନଟ କରିବା ସମ୍ଭବ ହେବ । ଏହି ଚିକିତ୍ସା ବିଜ୍ଞାନରେ ହୋଇଥିବା ପରିବର୍ତ୍ତନର ଏକ ବଡ଼ ଉଦାହରଣ । ସ୍ମାର୍ଟ ୱାଚ୍‌, ରିଙ୍ଗ୍ସ, ଫିଟନେସ୍‌ ଟ୍ରାକର୍‌ ଏବଂ ଅନ୍ୟ ବୈଦୁ୍ୟତିକ ପରିଧାନ ଯୋଗ୍ୟ ଉପକରଣଗୁଡ଼ିକ ଶାରୀରିକ ସ୍ଥିତି ଏବଂ ଆଚରଣରେ ହେଉଥିବା ୭୫୦୦ ପରିବର୍ତ୍ତନକୁ ରେକର୍ଡ କରିପାରିବ ।

ମହାମାରୀର ନୂଆ ଟ୍ରେଣ୍ଡ୍‌: ବିରଳ ରୋଗ ନିରୂପଣ କରିବ ୱାଚ୍‌

୨୦୧୫ରେ ଆପଲ୍‌ ତାହାର ପ୍ରଥମ ୱାଚ୍‌ ଲଞ୍ଚ୍‌ କରିଥିଲା । ଏହାର ୬ ବର୍ଷ ପୂର୍ବରୁ ଫିଟବିଟ୍‌ସର ଫିଟନେସ୍‌ ଟ୍ରାକର୍‌ ବିକ୍ରି ହେଉଥିଲା । ମାର୍କେଟରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ୫୦୦ରୁ ଅଧିକ ସ୍ମାର୍ଟ ଡିଭାଇସ୍‌ ଉପଲବ୍ଧ ରହିଛି । ମାର୍କେଟ ରିସର୍ଚ୍ଚ କମ୍ପାନୀ ସିସିଏସ୍‌ ଇନସାଇଟ୍‌ ଅନୁସାରେ କେବଳ ୨୦୧୫ରେ ସ୍ମାର୍ଟୱାଚ୍‌ ଏବଂ ଫିଟନେସ୍‌ ଟ୍ରାକର୍‌ର ବିକ୍ରି ୬୧ ହଜାର କୋଟି ଟଙ୍କାରେ ହୋଇଥିଲା । ହେଲେ ୨୦୨୧ରେ ସମଗ୍ର ଦୁନିଆରେ ବିୟରେବଲ୍‌ ଡିଭାଇସ ଉପରେ ୨.୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୋଭିଡ୍‌ ୧୯ ମହାମାରୀ ଏହି ପରିଧାନ ଯୋଗ୍ୟ ସ୍ୱାସ୍ଥ୍ୟ, ଫିଟନେସ୍‌ ଡିଭାଇସର ଉପଯୋଗକୁ ବଢାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ମହାମାରୀ ପୂର୍ବରୁ ଲୋକମାନେ କେବଳ ଏହାକୁ ଫ୍ୟାଶନ ଭାବେ ବ୍ୟବହାର କରୁଥିଲେ, କିନ୍ତୁ ଏବେ ସ୍ୱାସ୍ଥ୍ୟ ସହ ଜଡ଼ିତ ଖାସ୍‌ ସ୍ଥିତି ଉପରେ ନଜର ରଖିବା ପାଇଁ ଏହି ଡିଭାଇସର ବ୍ୟବହାର ଆରମ୍ଭ କରିଦେଇଛନ୍ତି । ସେହିପରି ଆମେରିକା ଏବଂ ୟୁରୋପର ଡାକ୍ତରମାନେ ରୋଗୀଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ବିୟରେବଲ୍‌ ଡିଭାଇସ୍‌ର ଚାର୍ଟ ଦେଖିବା ଆରମ୍ଭ କରିଛନ୍ତି । ବିୟରେବଲ୍‌ ଡିଭାଇସ୍‌ ଏପରି ସାମାନ୍ୟ ପରିବର୍ତ୍ତନର ସନ୍ଧାନ କରିପାରେ, ଯାହା ସାଧାରଣତଃ ନଜର ଆସେନାହିଁ ।

ମହାମାରୀର ନୂଆ ଟ୍ରେଣ୍ଡ୍‌: ବିରଳ ରୋଗ ନିରୂପଣ କରିବ ୱାଚ୍‌

ଯଦି କୌଣସି ବୃଦ୍ଧ ବ୍ୟକ୍ତିଙ୍କର ଧୀରେଧୀରେ ସନ୍ତୁଳନ ବିଗିଡ଼ିବାରେ ଲାଗେ, ତେବେ ବୃଦ୍ଧାବସ୍ଥା ରୋଗର ପ୍ରାରମ୍ଭିକ ଅବସ୍ଥା-ପାର୍କନ୍ସନ୍‌ ଚିହ୍ନଟ ହୋଇପାରୁଛି । ସ୍ମାର୍ଟଫୋନ ଦ୍ୱାରା ମାନସିକସ୍ଥିତିର ଚିକିତ୍ସା ହୋଇପାରିବ । ସ୍ମାର୍ଟ ରିଙ୍ଗ୍‌ ଜରିଆରେ ମହିଳାର ଗର୍ଭଧାରଣା ସମ୍ପର୍କରେ ସୂଚନା ମିଳିପାରିବ । ସେହିପରି ଏହି ଡିଭାଇସର ତଥ୍ୟକୁ ଆଧାର କରି ଓଜନ କମାଇବା, ମଧୁମେହ ଉପରେ ନିୟନ୍ତ୍ରଣ ପରି ଔଷଧ ଲୋକଙ୍କୁ ଜରୁରୀ ମୁତାବକ ଦେବା ସମ୍ଭବ ହେବ । ଜର୍ମାନୀର ଏକ ପରୀକ୍ଷଣରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ଦ୍ୱାରା ହୃଦଘାତ ମୃତୁ୍ୟହାର ହ୍ରାସ ପାଇଛି । ସେହିପରି ଛୋଟ ଡିଭାଇସ ଲୋକଙ୍କ ଚାଲିବା, ଖାଦ୍ୟପେୟ ଏବଂ ନିଦ୍ରା ସମୟର ତଥ୍ୟ ଦେଇ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଅଣାଯାଇପାରୁଛି । ରିପୋର୍ଟ ଅନୁଯାୟୀ, ଆମେରିକାରେ ମୋବାଇଲ ଫୋନ ପରି ସ୍ମାର୍ଟୱାଚ୍‌ର ବିକ୍ରି ବୃଦ୍ଧି ପାଇଛି । ଆମେରିକାରେ ୨୦୨୧ରେ ୪ରୁ ପ୍ରତି ଜଣଙ୍କ ପାଖରେ ସ୍ମାର୍ଟୱାଚ୍‌ କିମ୍ବା ଫିଟନେସ୍‌ ଟ୍ରାକର୍‌ ରହିଛି । କେବଳ ସେତିକି ନୁହେଁ ୨୦୧୫ ତୁଳନାରେ ୨୦୨୧ରେ ଉତ୍ତର ଆମେରିକାରେ ବିୟରେବଲ ଡିଭାଇସର ବିକ୍ରି ଦୁଇଗୁଣା ଅଧିକ ହୋଇଛି । ପଶ୍ଚିମ ୟୁରୋପ ଏବଂ ଚୀନରେ ଏହା ତିନିଗୁଣା ରହିଛି । ୨୦୧୯ରେ ଆପଲ୍‌ ଅଧିକ ସ୍ମାର୍ଟ ୱାଚ୍‌ ବିକ୍ରି କରିଛି । ୨୦୨୬ ପର୍ଯ୍ୟନ୍ତ ସମସ୍ତ ବ୍ରାଣ୍ଡ୍‌ ୪୦ କୋଟି ଡିଭାଇସ ବିକ୍ରି କରିବାର ଆକଳନ କରିଛି, ଯାହା ୨୦୨୦ରୁ ୨୦ କୋଟିର ଦୁଇଗୁଣ ।

Govt

Comments are closed.