ବର୍ତ୍ତମାନ ଦୁନିଆର ଅଧାରୁ ଅଧିକା କାର୍ଯ୍ୟ ଅନ୍ଲାଇନ୍ରେ ହେଉଛି । ଅଫିସ୍ ମିଟିଂ ହେଉ କିମ୍ବା ସ୍କୁଲ କଲେଜ୍ର ପାଠ ପଢା, ଅଧିକାଂଶ କାର୍ଯ୍ୟ ପାଇଁ ଭିଡିଓ କନ୍ଫରେସିଂର ବ୍ୟବହାର କରାଯାଉଛି । ତେବେ କେତେକ ଲୋକଙ୍କ ପାଇଁ ଭିଡିଓ କଲ୍ରେ କିଭଳି ଆକର୍ଷଣୀୟ ଦେଖାଯିବେ ତାହା ଚିନ୍ତାର ବିଷୟ ହୋଇଥାଏ । ସେମାନେ ନିଜର ପୋଷାକଠୁ ନେଇ ଘରର ଲାଇଟ୍ ଆଦି ବିଷୟରେ ଦ୍ୱନ୍ଦରେ ଥାଆନ୍ତି । ଏହି ସମୟରେ କିଛିଟା ଛୋଟଛୋଟ କଥାରେ ଧ୍ୟାନ ଦେଲେ ଆପଣଙ୍କର ଭିଡିଓ କଲ୍ ବେଶ୍ ଆକର୍ଷଣୀୟ ହୋଇପାରିବ ।
ଭଲ ଆଲୋକ –
ଭିଡିଓ କଲ୍ରେ ଲୁକ୍ ଯେତିକି ଗୁରୁତ୍ୱ ପୂର୍ଣ୍ଣ ଆଖପାଖ ପରିବେଶ ମଧ୍ୟ ସେତିକି । ଏହି ସମୟରେ ଘରର ଆଲୋକ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଥାଏ । ସର୍ବଦା ଭିଡିଓ କଲ୍ କରୁଥିବା ସ୍ଥାନରେ କିଭଳି ଭଲ ଆଲୋକର ବ୍ୟବସ୍ଥା ହୋଇପାରିବ ସେ ନେଇ ବ୍ୟବସ୍ଥା କରନ୍ତୁ । ସେହିଭଳି ସର୍ବଦା ଆଲୋକକୁ ନିଜ ପଛରେ ନରଖି ଆଗରେ ରଖନ୍ତୁ ।
ପୋଷାକ-
ଭିଡିଓ କଲ୍ କରିବା ସମୟରେ ସର୍ବଦା ଭଲ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ତେଣୁ ଟିକେ ଅଧିକ ସମୟ ଦେଇ ପୋଷାକ ଚୟନ କରନ୍ତୁ । ଘରେ ଅଛନ୍ତି ବୋଲି ଯେ କୌଣସି ପୋଷାକ ପିନ୍ଧି କଲ୍ରେ ବସନ୍ତୁ ନାହିଁ । ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।
ଫିଲଫରର ବ୍ୟବହାର –
ଆଜିକାଲି ବିଭିନ୍ନ ଆପ୍ରେ ଭିଡିଓ କଲ୍ ସମୟରେ ଭିନ୍ନଭିନ୍ନ ଫିଲଟର୍ର ବ୍ୟବହାର ହେଉଛି । ତେଣୁ ସେ ସବୁକୁ ବ୍ୟବହାର କରି ଆପଣ ଭିଡିଓ କଲ ସମୟରେ ଏକ ଭଲ ଲୁକ୍ ମଧ୍ୟ ପାଇପାରିବେ ।
ସଠିକ୍ ସ୍ଥାନ –
ଭିଡିଓ କଲ୍ରେ ଅନ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ସଠିକ୍ ସ୍ଥାନରେ ନିଜେ ବସିବା ସହିତ କ୍ୟାମେରା, ଫୋନ୍ କିମ୍ବା ଲାପଟପ୍କୁ ରଖିବା । ତେଣୁ କ୍ୟାମେରାକୁ ସର୍ବଦା ସଠିକ୍ ସ୍ଥାନରେ ରଖନ୍ତୁ, ଯେପରି ଆପଣ ଭଲ ଦେଖାଯିବା ସହିତ ଅନ୍ୟ ପାଇଁ ଆପଣଙ୍କୁ ଦେଖିବାରେ କିଛି କଷ୍ଟ ହେବ ନାହିଁ । ଏହାସହ କ୍ୟାମେରାଠାରୁ ସଠିକ୍ ଦୂରତାରେ ବସନ୍ତୁ, ଯାହା ଆପଣଙ୍କ ଚିତ୍ରକୁ ସଠିକ୍ ଭାବେ ଉତ୍ତୋଳନ କରିବ ।

Comments are closed.