ମହାରାଷ୍ଟ୍ର ହସ୍ପିଟାଲ ନିକଟରୁ ମିଳିଲା ୧୧ଟି ମନୁଷ୍ୟ ଖପୁରୀ ଏବଂ ୫୬ ଖଣ୍ଡ ହାଡ଼

ୱାର୍‌ଧା: ଜାନୁଆରୀ ୧୪: ମହାରାଷ୍ଟ୍ରର ୱାର୍‌ଧା ଜିଲ୍ଲାରେ ଥିବା ଏକ ପ୍ରାଇଭେଟ୍‌ ହସ୍ପିଟାଲ ନିକଟରୁ ୧୧ଟି ମନୁଷ୍ୟ ଖପୁରୀ ସହିତ ପ୍ରାୟ ୫୬ ଖଣ୍ଡ ହାଡ଼ ଉଦ୍ଧାର ହୋଇଛି । ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଅରଭି ପୋଲିସ ଏହି ଘଟଣାରେ ଜଣେ ଡାକ୍ତର ଏବଂ ନର୍ସଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ, ଆରଭି ତହସିଲରେ ଥିବା କାଦମ ହସ୍ପିଟାଲ ପଛରେ ଥିବା ଗୋବର ଗ୍ୟାସ ଟ୍ୟାଙ୍କ୍‌ ପରିସରରୁ କଙ୍କାଳ, ହାଡ଼ ଓ ଖପୁରୀ ଉଦ୍ଧାର ହୋଇଛି । ଏନେଇ ପ୍ରଥମେ ଜଣେ ୧୮ ବର୍ଷୀୟ ଝିଅ ଖବର ଦେଇଥିଲେ । ଏହାସହିତ ସେହି ଝିଅ ଜଣଙ୍କ ହସ୍ପିଟାଲରେ ହେଉଥିବା ଅବୈଧ ଗର୍ଭପାତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

ସୂଚନା ପାଇବା ପରେ ପୋଲିସ ତୁରନ୍ତ ହସ୍ପିଟାଲ ଉପରେ ଚଢ଼ାଉ କରିଥିଲା ଏବଂ ଖପୁରୀ, ହାଡ଼ ଉଦ୍ଧାର କରିଥିଲା । ହସ୍ପିଟାଲ ଯାଞ୍ଚ ସମୟରେ ସେଠାରେ ଥିବା ଏକ ସୋନୋଗ୍ରାଫି ମେସିନ୍‌ ଏବଂ କିଛି କାଜଗପତ୍ର ପୋଲିସ ଜବତ କରିଛି । ହସ୍ପିଟାଲରେ ଅବୈଧ ଗର୍ଭପାତ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ଉଦ୍ଧାର ହୋଇଥିବା ମନୁଷ୍ୟ ଖପୁରୀ ଏବଂ ହାଡ଼ , ତାହା ଶିଶୁର ନା ବୟସ୍କ ବ୍ୟକ୍ତିଙ୍କର ଏନେଇ ପୋଲିସ ସୂଚନା ଦେଇନି ।

Govt

Comments are closed.