ପୋଲିସ ପକ୍ଷରୁ ଘୁଡଘୁଡୁ ଖେଳ ଉପରେ ଚଢ଼ାଉ , ୬ ଗିରଫ

ବରଗଡ/ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁଜାପାଲି ଗ୍ରାମରେ ଘୁଡଘୁଡୁ ପଟି ଖେଳ ଉପରେ ଚଢ଼ାଉ କରାଯାଇ ୬ଜଣକୁ ଗିରଫ କରାଯାଇଛି । ଏହା ସହିତ ଖେଳସାମଗ୍ରୀ,ନଗଦ ୩୬,୭୧୦ ଟଙ୍କା, ୭ ମୋବାଇଲ, ୪ ବାଇକ୍‌ ଜବତ କରିଛି ଅତାବିରା ଥାନା ପୋଲିସ ।
Jhandi Munda

ସୋମବାର ବିଲମ୍ବିତ ରାତିରେ କୁଜାପାଲି ଗ୍ରାମରେ ଚାଲିଥିବା ଘୁଡଘୁଡ ପଟି ଖେଳ ଉପରେ ଅତର୍କିତ ଭାବରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭାନୁକାନ୍ତ ପାଢ଼ୀ,ରବୀନ୍ଦ୍ର କୁମ୍ଭାର,ସୁଶାନ୍ତ ଦେହୁରୀ, ସୁବଳ ହାତୀ, ପ୍ରଶାନ୍ତ ବେହେରା ,କେଦାର ପ୍ରଧାନ ବୋଲି ପୋଲିସ ସୂଚନା ଦେଇଛି । ଏ ନେଇ ଅତାବିରା ଥାନା କେସ ନମ୍ବର ୩୭୨ ରେ ମାମଲା ରୁଜୁ କରି ପୋଲିସ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିଛି ।

Launching Ceremony of “AYUSHMAN BHARAT

Comments are closed.