ସମତଳ ଚଟାଣରେ ଆସନରେ ବସନ୍ତୁ । ଦୁଇହାତର ଆଙ୍ଗୁଠିକୁ ଛନ୍ଦି ଏକ କପ୍ ଆକୃତିର କରନ୍ତୁ । କାଣି ଆଙ୍ଗୁଠିକୁ ଏପରି ସଜାଡି ରଖ ଯେପରି ପାପୁଲି ଦ୍ୱୟ ଆସନ ଉପରେ ସମତଳ ହୋଇ ରହିବ । ଏହାପରେ ଆସନ ଉପରେ କାଣି ଆଙ୍ଗୁଠି ଦ୍ୱୟକୁ ତଳେ ଲଗାଇ ରଖ । ମସ୍ତକର ଶେଷ ଭାଗକୁ କପ ପରି ରଖିଥିବା ପାପୁଲିରେ ରଖନ୍ତୁ । ଆଣ୍ଠୁକୁ ଉପରକୁ ଉଠାଇ ଗୋଡ ଦୁଇଟିକୁ ସିଧା ରଖ । ଗୋଡର ଦୁଇ ବୁଢା ଆଙ୍ଗୁଠି ଭୂମି ଉପରେ ଲାଗି ରହୁ । ଏହାପରେ ଧୀରେଧୀରେ ଆଗକୁ ଆସନ୍ତୁ ଯେପରି ଜଙ୍ଗ ଦୁଇଟି ଶରୀର ପାଖକୁ ଲାଗି ଆସିବ । ଆଣ୍ଠୁକୁ ପାଖକୁ ଆଣି ଧୀରେଧୀରେ ବୁଢା ଆଙ୍ଗୁଠିକୁ ଏକ ସଙ୍ଗେ ଭୂମି ଉପରକୁ ଉଠାଇବାକୁ ଚେଷ୍ଟା କର ଏବଂ ଅଣ୍ଟାକୁ ସଳଖ ରଖ । ତେବେ କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ । ପରେ ଧୀରେଧୀରେ ବିଶ୍ରାମ ନିଅନ୍ତୁ । ସର୍ବଦା ଏହି ଆସନକୁ କାହାର ଉପସ୍ଥିତିରେ କରନ୍ତୁ । ଏହି ଆସନ କରିବା ଦ୍ୱାରା ଗୋଡ, ମେରୁଦଣ୍ଡ ଓ ଆଣ୍ଠୁ, ବେକ, ପାକସ୍ଥଳୀର ଆଖପାଖ ଶକ୍ତିଶାଳୀ ହୋଇଥାଏ । ଏହାକୁ ରକ୍ତଚାପ ଥିବା ବ୍ୟକ୍ତି କାନ ରୋଗୀ, ଚକ୍ଷୁ ଆକ୍ରାନ୍ତ, ଅମ୍ଳଦୋଷ ଥିବା ରୋଗୀ କରିବା ଅନୁଚିତ୍ । ସର୍ବଦା ପ୍ରଶିକ୍ଷକଙ୍କ ସହାୟତାରେ ଏହାକୁ କରନ୍ତୁ ।
