ସିଙ୍ଗାପୁରୀ ଫ୍ରାଏଡ୍ର ରାଇସ୍‌

ସାମଗ୍ରୀ- ଏକ କପ୍‌ ଚାଉଳ, ଅଳ୍ପ କଟା ରସୁଣ, ଚିମୁଟାଏ ଗୋଲମରିଚ ଗୁଣ୍ଡ, ଅଧାକପ କଟା ପିଆଜଷ„ା, ଅଧାକପ୍‌ କ୍ୟାପିସ୍‌କମ୍‌, ଅଳ୍ପ ପରିମାଣ ଗାଜର, କଞ୍ଚା ଲଙ୍କା ୨ଟା, ଚିଲି ସସ୍‌, ସୋୟା ସସ୍‌, ଚିଲି ଗାର୍ଲିକ ସସ୍‌, ଟମାଟର ସସ୍‌

ପ୍ରଣାଳୀ- ପ୍ରଥମେ ଭାତକୁ ରାନ୍ଧି ନିଅନ୍ତୁ । ରାନ୍ଧିବା ପରେ ଏହାକୁ ଭଲ କରି ଥଣ୍ଡା କରନ୍ତୁ । ଗୋଟିଏ ପ୍ୟାନ୍‌ରେ ତେଲ ପକାଇ ଏଥିରେ ରସୁଣ ଖଣ୍ଡ ପକାଇ ଭଲକରି ଭାଜନ୍ତୁ । ଏହାପରେ ଏଥିରେ କଞ୍ଚାଲଙ୍କା ଓ ସମସ୍ତ କଟା ହୋଇଥିବା ପରିବା ପକାଇ ଭାଜନ୍ତୁ । ଲୁଣ ପକାଇ ପରିବାକୁ କିଛି ସମୟ ଭାଜନ୍ତୁ । କିଛି ସମୟ ପରେ ଏଥିରେ ରନ୍ଧା ଭାତ ସହିତ ସମସ୍ତ ସସ୍‌କୁ ପକାଇ ମିଶାନ୍ତୁ । କିଛି ସମୟ ଭାଜିବା ପରେ ଧନିଆ ପତ୍ର ପକାଇ ଆଞ୍ଚ ବନ୍ଦ କରିନିଅନ୍ତୁ । ରାଇତା ସହିତ ପରଷନ୍ତୁ ସିଙ୍ଗାପୁର ଫ୍ରାଏଡ୍‌ ରାଇସ୍‌ ।

Launching Ceremony of “AYUSHMAN BHARAT

Comments are closed.