ପ୍ରଣାଳୀ- ୫୦୦ ଗ୍ରାମ ମଟନ ପିସ୍, ୨ ଚାମଚ ଅମୃତଭଣ୍ଡା ପେଷ୍ଟ, ୨ଟି ପିଆଜ କଟା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ କପ ଦହି, ୨ଟି ଟମାଟ ବଟା, ୨ ଚାମଚ ଧନିଆ ପତ୍ର କଟା, ଏକ ଚାମଚ ଜୀରା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଗରମ ମସଲା, ୨ଟି କଞ୍ଚାଲଙ୍କା, ୨ଟି ଗୁଜୁରାତି ।
ପ୍ରଣାଳୀ – ମଟନକୁ ଧୋଇ ଏଥିରେ ଅମୃତଭଣ୍ଡା ପେଷ୍ଟ ଲଗାଇ ଅଧାଘଣcା ଛାଡି ନିଅନ୍ତୁ । ଏହାପରେ ଗୁଜୁରାତି,ଡାଲଚିନି, ଲବଙ୍ଗକୁ ଗୁଣ୍ଡ କରି ନିଅନ୍ତୁ । ଆପଣ ବଜାରରେ ମିଳୁଥିବା ଗରମ ମସଲା ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବେ । ଏକ ବଡ ପାତ୍ରରେ ତେଲ ଗରମ କରି ନିଅନ୍ତୁ । ଏଥିରେ ପିଆଜ ପକାଇ ଅଳ୍ପ ଭାଜିବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ । କଞ୍ଚା ଗନ୍ଧ ଯିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହାପରେ ଏଥିରେ ମଟନ ମିଶାଇ ଭାଜନ୍ତୁ । ଭାଜିବା ପରେ ଏଥିରେ ଟମାଟ ରସ, ଦହି ଏବଂ ସମସ୍ତ ଗୁଣ୍ଡ ମସଲା, ଗରମ ମସଲା ପକାଇ ଏହାର ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ମଟନର ପାଣି ଶୁଖିବା ପରେ ଏଥିରେ ୨କପ ଉଷୁମ ପାଣି ଦେଇ ଘୋଡାଇ ନିଅନ୍ତୁ । ଏହାପରେ ମଟନ ସିଝିବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ । ମଟନ ସିଝିବା ପରେ ଶୁଖିଲା ପ୍ରସ୍ତୁତ କରନ୍ତୁ ସିନ୍ଧି ମଟନ ଫ୍ରାଏ । ଶେଷରେ ଧନିଆ ପତ୍ର ପକାଇ ପରଷନ୍ତୁ ।

Comments are closed.