ନେସନାଲ ଜିଓଗ୍ରାଫିକ ବହିରେ ସ୍ଥାନ ପାଇଲା ଶିମିଳିପାଳ ର କଳାବାଘ ,ଏକ୍ସରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚର୍ଚ୍ଚାରେ ମୟୁରଭଞ୍ଜ । ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନେସନାଲ ଜିଓଗ୍ରାଫିକ ବହି ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି। ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଶିମିଳିପାଳର ସୌନ୍ଦର୍ଯ୍ୟ କଳାବାଘର ଚିତ୍ର ଦେଖି ଖୁସି ହେଲି ବୋଲି କହିଛନ୍ତି । ଏଥିସହ ଶିମିଳିପାଳର ଉଦ୍ଭିଦ ଓ ବନ୍ୟଜନ୍ତୁ ଭୂଦେବୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ଶିମିଳିପାଳ ସର୍ବଦା ଫଟୋଗ୍ରାଫର, ପ୍ରକୃତିପ୍ରେମୀଙ୍କ ପାଇଁ ଆକର୍ଷଣୀୟ। ପତ୍ରିକାରେ ଆଲେଖ୍ୟ ଓ ଫଟୋ ପାଇଁ ପ୍ରସେନଜିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇବା ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରି ନବୀନ କହିଛନ୍ତି, ପତ୍ରିକାର ଅକ୍ଟୋବର ସଂସ୍କରଣରେ ସ୍ଥାନ ପାଇଛି କଳାବାଘ ଫଟୋ। ଏହା ଓଡ଼ିଶା ପାଇଁ ଗର୍ବ କରିବାର ମୁହୂର୍ତ୍ତ। ଫଟୋଗ୍ରାଫର ଓ ପ୍ରାବନ୍ଧିକ ପ୍ରସେନଜିତ ଯାଦବଙ୍କୁ ଏନେଇ ସେ ଶୁଭେଚ୍ଛା ଜଣାଇଛନ୍ତି। କଳାବାଘ’ର ଖୁବ ସୁନ୍ଦର ଫଟୋ ଉଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟାନୟକ।

Comments are closed.