ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲାଯାଇଛି । ପାଣିପାଗ ଖରାପ ସକାଶେ ଦୀର୍ଘ ୪ ମାସ ଧରି ବନ୍ଦ ରହିବା ପରେ ଆଜି ଶିମିଳିପାଳ ଖୋଲାଯାଉଥିବାରୁ ପର୍ଯ୍ୟଟଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୬ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡ଼ିବ ବୋଲି ସୂଚନା ଜାରି କରାଯାଇଛି ।
ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅବସ୍ଥିତ ଦେବକୁଣ୍ଡକୁ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଆଜିଠାରୁ ଖୋଲାଯାଇଛି । ଦେବକୁଣ୍ଡକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତିପତ୍ର ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।ରାତ୍ରିଯାପନ ପାଇଁ ପର୍ଯ୍ୟଟକଙ୍କୁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିଛି । www.similipal.com ଏବଂ odishatourism.gov.in େୱବସାଇଟ୍ ମାଧ୍ୟମରେ ପର୍ଯ୍ୟଟକମାନେ ଟିକଟ୍ ବୁକିଂ କିରପାରିବେ ।
ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସ୍ୱାଗତ କରାଯାଇଛି । ପର୍ଯ୍ୟଟକମାନେ ବାରିପଦା ଆଡ଼ୁ ପିଠାବଟା ଗେଟ୍ ଏବଂ ଯଶିପୁର ଆଡ଼ୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ । ଦିନକ ମଧ୍ୟରେ ଯଶିପୁର ପଏଣ୍ଟରେ ପ୍ରବେଶ ଅନୁମତି ପାଇବା ପରେ ସର୍ବାଧିକ ୩୫ ଚାରି ଚକିଆ ଯାନ ଏବଂ ପିଠାବଟା ଗେଟ୍ ଦେଇ ସର୍ବାଧିକ ୨୫ ଟି ଗାଡି ପ୍ରବେଶ କରିପାରିବ ।
ଅଭ୍ୟାରଣ୍ୟ ଭିତରକୁ ପଲିଥିନ, ରନ୍ଧାଖାଦ୍ୟ, ମାଦକ ଦ୍ରବ୍ୟ ନେବାକୁ ବାରଣ କରାଯାଇଛି । ଯାନବାହାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସ୍ଷଫାଣ୍ଡକୁ ପଠାଇବାର ସୁବିଧା ରହିଛି । ଏଥି ନିମନ୍ତେ ପର୍ଯ୍ୟଟକଙ୍କୁ ୪ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ ।

Comments are closed.