ସିଦ୍ଧୁ ସୁସେଓ୍ଵାଲା ହତ୍ୟାକାଣ୍ଡ ,କାଲିଫୋର୍ଣ୍ଣିଆରୁ ଧରାପଡିଲା ମାଷ୍ଟରମାଇଣ୍ଡ ଗୋଲ୍ଡି ବରାଡ଼

ନୂଆଦିଲ୍ଲୀ : ଧରାପଡିଲା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର I ତାଙ୍କୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି। ଭାରତର ଗୁଇନ୍ଦା ଏଜେନ୍ସି ସୂତ୍ରରୁ ଏହି ସୂଚନା ମିଳିଛି। ଭାରତର ସୁରକ୍ଷା ଏଜେନ୍ସିଙ୍କୁ ସୂଚନା ମିଳିଥିଲା କି,୨୦ ନଭେମ୍ବରରେ କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା। କିନ୍ତୁ ଗୋଲ୍ଡିଙ୍କ ଗିରଫ ସମ୍ପର୍କରେ ଏ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ସରକାରଙ୍କ ତରଫରୁ କୌଣସି ଅଫିସିଆଲ ବୟାନ ଭାରତ ସରକାରଙ୍କୁ ମିଳିନାହିଁ। ମୁସେୱାଲାଙ୍କ ହତ୍ୟା ଘଟଣା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲ୍ଡି ବରାର୍‌ଙ୍କୁ ନେଇ ଗୁଇନ୍ଦା ବିଭାଗ ର’, ଆଇବି ଏବଂ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ତରଫରୁ ପଞ୍ଜାବ ଇଣ୍ଟେଲିଜେନ୍ସକୁ ଇନ୍‌ପୁଟ୍‌ସ ମିଳିଥିଲା। ସୂଚନା ମୁତାବକ, କାଲିଫର୍ଣ୍ଣିଆରେ ଗୋଲ୍ଡି ବରାର୍‌ଙ୍କୁ ନେଇ ହଇଚଇ ସୃଷ୍ଟି ହୋଇଛି ଏବଂ ସେଠାରେ ସେ ଧରି ପଡ଼ିଛନ୍ତି।

ଗୋଲ୍ଡି ବରାର୍‌ କାଲିଫର୍ଣ୍ଣିଆର ସହର ସାକ୍ରାମେଣ୍ଟୋ, ଫ୍ରାଇଜୋ ଏବଂ ସଲ୍ଟ ଲେକ ଅଞ୍ଚଳକୁ ନିଜର ସେଫ୍‌ ହାଉସ୍‌ କରିଥିଲେ। କାଲିଫର୍ଣ୍ଣିଆର ଫ୍ରେସ୍ନୋ ସିଟିରେ ଲମ୍ବା ସମୟରୁ ସେ ରହୁଥିଲେ। କାନାଡାରେ ପେସାରେ ଟ୍ରକ୍ ଡ୍ରାଇଭର ଥିବା ଗୋଲ୍ଡିଙ୍କୁ ସେଠାରେ ବହୁତ ବିପଦ ଅନୁଭବ ହେଉଥିଲା, ଯାହା ପଛର କାରଣ ହେଉଛି, କାନାଡାରେ ମୁସେୱାଲାଙ୍କର ଅନେକ ପ୍ରଶଂସକ ଅଛନ୍ତି।

ସତିନ୍ଦରଜିତ ସିଂ ଓରଫ୍‌ ଗୋଲ୍ଡି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କର ଘନିଷ୍ଠ ବୋଲି କୁହାଯାଏ। ଗତ ବର୍ଷ ପଞ୍ଜାବର ଫରିଦକୋଟ ଜିଲ୍ଲାର ଏକ କୋର୍ଟ ଯୁବ କଂଗ୍ରେସ ନେତା ଗୁରଲାଲ ସିଂ ପହଲୱାନଙ୍କ ହତ୍ୟା ମାମଲାରେ ଗୋଲ୍ଡି ବରାର୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ୧୬ରୁ ଅଧିକ ଆପରାଧିକ ମାମଲାରେ ଗୋଲ୍ଡିଙ୍କୁ ଖୋଜା ଚାଲିଛି। ସେ ଭାରତରୁ କାନାଡାକୁ ଖସି ପଳାଇ ଯାଇଥିଲେ।

Launching Ceremony of “AYUSHMAN BHARAT

Comments are closed.