ସିଦ୍ଧାର୍ଥଙ୍କ ଶେଷ ଇଚ୍ଛା ପୂରଣ କରିବେ ପରିବାର

ମୁମ୍ବାଇ: ବିଗ୍‌ ବସ୍‌ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହେବାର ୨ ମାସ ବିତିଗଲାଣି । ତାଙ୍କ ବିୟୋଗ ପରେ ଖବର ସାମ୍ନାକୁ ଆସିଥିଲା ଯେ ସେ ର୍ୟାପର୍‌ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ମୃତୁ୍ୟର କିଛି ମାସ ପୂର୍ବରୁ ଏକ ଗୀତ ମଧ୍ୟ ରେକର୍ଡ କରିଥିଲେ । ଏହି ସଙ୍ଗୀତକୁ ସିଦ୍ଧାର୍ଥଙ୍କ ପରିବାର ଲୋକ ତାଙ୍କ ଜନ୍ମବାର୍ଷିକୀ ଅବସରରେ ଅର୍ଥାତ୍‌ ୧୨ ଡିସେମ୍ବରରେ ରିଲିଜ୍‌ କରିବେ ବୋଲି ଯୋଜନା କରିଛନ୍ତି ।
 ସିଦ୍ଧାର୍ଥଙ୍କ ଶେଷ ଇଚ୍ଛା ପୂରଣ କରିବେ ପରିବାର

ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ଏହି ର୍ୟାପ୍‌ ଗୀତ ସମ୍ପୂର୍ଣ୍ଣ ଭାବେ ଜୀବନର ଜୋଶ୍‌ରେ ଭରପୂର ରହିଛି । ଏହା ସିଦ୍ଧାର୍ଥଙ୍କ ଜୀବନ ଯାତ୍ରାକୁ ଦର୍ଶାଉଛି । ଶେହନାଜ ଗିଲ୍‌ ମଧ୍ୟ ଏହି ଟ୍ରାକ୍‌ରେ କାମ କରିଛନ୍ତି । ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସିଦ୍ଧାର୍ଥଙ୍କ ପାଇଁ ଏହା ସବୁଠୁ ସଠିକ୍‌ ଶ୍ରଦ୍ଧାଞ୍ଜଳି ହେବାକୁ ଯାଉଛି । ଏହା ଏକ ସୋଲୋ ଗୀତ, ଯେଉଁଥିରେ କେବଳ ସିଦ୍ଧାର୍ଥଙ୍କ କଣ୍ଠସ୍ୱର ରହିଛି । ମୁ୍ୟଜିକ ଭିଡିଓ ଲିରିକଲ ହେବ । ସିଦ୍ଧାର୍ଥ ଗ୍ରୀଷ୍ମଦିନେ ଏହି ର୍ୟାପ୍‌କୁ ଏକ ଟେଷ୍ଟ୍‌ ଭାବେ ରେକର୍ଡ କରିଥିଲେ ।
 ସିଦ୍ଧାର୍ଥଙ୍କ ଶେଷ ଇଚ୍ଛା ପୂରଣ କରିବେ ପରିବାର

ଏହି ଅନଟାଇଟଲ ର୍ୟାପ୍‌କୁ ଜି ସ୍କିଲ୍‌ କମ୍ପୋଜ୍‌ କରିଛନ୍ତି । ତେବେ ସିଦ୍ଧାର୍ଥଙ୍କ ପରିବାର ଏହି ଗୀତକୁ ତାଙ୍କ ପ୍ରଶଂସକଙ୍କ ପାଇଁ ଜାରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଶେହନାଜ ଗିଲ୍‌ କିଛି ଦିନ ପୂର୍ବରୁ ନିଜ ଭଲ ସାଙ୍ଗ ପାଇଁ ଟ୍ରିବୁ୍ୟଟ ସ୍ୱରୂପ ଏକ ମୁ୍ୟଜିକ ଭିଡିଓ ରିଲିଜ୍‌ କରିଥିଲେ । ଏହି ଗୀତର ନାମ ‘ତୁ ୟହି ହୈ’ ରଖାଯାଇଛି । ହେଲେ କେତେକ ଲୋକ ଶେହନାଜଙ୍କୁ ଏହି ଗୀତ ପାଇଁ ଟ୍ରୋଲ ମଧ୍ୟ କରିଥିଲେ । ସିଦ୍ଧାର୍ଥ ଶୁକ୍ଲା କେତେକ ଲୋକଙ୍କ ପାଇଁ ଆଦର୍ଶ ଥିଲେ ଏବଂ ଜଣେ ଷ୍ଟ୍ରଙ୍ଗ୍‌ ପର୍ସନାଲିଟି ଥିଲେ । ଅଭିନେତାଙ୍କ ଅଚନାକ ପରଲୋକରେ ତାଙ୍କ ପରିବାର ଲୋକ ଏବଂ ବାନ୍ଧବୀ ଶେହନାଜ ଗିଲ୍‌ ଏକଦମ ଭାଙ୍ଗି ପଡ଼ିଥିଲେ । ଶେହନାଜ ଏବଂ ସିଦ୍ଧାର୍ଥଙ୍କ ସାକ୍ଷାତ ବିଗ୍‌ ବସ୍‌-୧୩ରେ ହୋଇଥିଲା । ଉଭୟଙ୍କ ଯୋଡ଼ିକୁ ପ୍ରଶଂସକଙ୍କମାନେ ଖୁବ ପସନ୍ଦ କରିଥିଲେ ।

Govt

Comments are closed.