ଖୁବ୍‌ ଶୀଘ୍ର ବାହା ହେବେ ସିଦ୍ଧାର୍ଥ

କରଣ ଜୋହରଙ୍କ ଚାଟ୍‌ ଶୋ କଫି ଉଇଥ୍‌ କରଣ ସିଜନ ୭ରେ ଏକ ସଙ୍ଗେ ସାମିଲ ହୋଇଥିଲେ ସିଦ୍ଧାର୍ଥ ମାଲହୋତ୍ରା ଓ ବିକି କୌଶଳ । ଏହି ସମୟରେ ଉଭୟ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌କୁ ନେଇ ବହୁ ମଜାଦାର କଥା ଦର୍ଶକଙ୍କ ସହ ସେୟାର କରିଛନ୍ତି । ଶୋରେ କରଣ ଜୋହର ସିଦ୍ଧାର୍ଥଙ୍କୁ ତାଙ୍କ ଲଭ ଲାଇଫ୍‌ ବିଷୟରେ ପଚାରିଥିଲେ । କରଣ ପଚାରିଥିଲେ ଆପଣ ଏବେ କିଆରା ଆଡଭାନୀଙ୍କ ସହ ଡେଟ୍‌ କରୁଛନ୍ତି ।

ଖୁବ୍‌ ଶୀଘ୍ର ବାହା ହେବେ ସିଦ୍ଧାର୍ଥ

ତେବେ ଭବିଷ୍ୟତରେ ଏହି ସଂପର୍କକୁ ନେଇ କିଛି ଯୋଜନା ପ୍ରସ୍ତୁତ କଲେଣି କି ? ଏହାର ଉତ୍ତରରେ ସିଦ୍ଧାର୍ଥ ବିକିଙ୍କୁ ଚାହିଁ କହିଥିଲେ ଏହା ବହୁତ ସିକ୍ରେଟ୍‌ କଥା । ତଥାପି ମୁଁ ନିଜ ପ୍ଲାନିଂ ବିଷୟରେ କହିବାକୁ ଚାହୁଁଛି କିନ୍ତୁ… । ଏହାପରେ କରଣ ତାଙ୍କୁ ପଚାରିଥିଲେ ତୁମେ କିଆରାଙ୍କୁ ବିବାହ କରୁଛ କି ହଁ କି ନାରେ ଉତ୍ତର ଦିଅ ? ସିଦ୍ଧାର୍ଥ କହିଥିଲେ କାହିଁକି ମୋତେ ସେମିତି କିଛି ଲାଗୁ ନାହିଁ । ତେବେ ମୁଁ ଏକ ଉଜ୍ଜଳ, ସୁଖଦ ଭବିଷ୍ୟତର ଯୋଜନାରେ ଅଛି ।

ଯଦି କିଆରାଙ୍କ ସହ ବିବାହ ହେବ ତ ଭଲ ହେବ ତଥାପି ଏବେ କିଛି ସ୍ପଷ୍ଟ ଭାବେ କହିପାରିବି ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କିଆରା ଓ ସିଦ୍ଧାର୍ଥ ଗତ ୧ ବର୍ଷ ଧରି ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି । ତେବେ ଦୁଇ ଜଣଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ପୁଣି ପ୍ୟାଚ୍‌ ଅପ୍‌ ହୋଇଯାଇଛି । ୨୦୨୧ରେ ଫିଲ୍ମ ଶେରଶାହରେ ଏକତ୍ର କାମ କରିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ ହୋଇଥିଲା । ଗତ ମାସରେ ଏମାନେ ଏକ ସଙ୍ଗେ ଦୁବାଇରେ ଛୁଟି କଟାଇଥିଲେ । କିଆରାଙ୍କ ୩୦ ତମ ଜନ୍ମଦିନ ସେଲିବ୍ରେଟ୍‌ କରିବା ପାଇଁ ଉଭୟ ଦୁବାଇ ଯାଇଥିଲେ ।

Comments are closed.