ବାୟୁର ପ୍ରଦୂଷଣ ନକମିବା ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ

ଦିଲ୍ଲୀ: ବାୟୁର ମାନ ଉନ୍ନତ ନହେବା ଯାଏଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ନ୍ୟାସ୍‌ନାଲ କମିସନ୍‌ ଫର୍‌ ପ୍ରୋଟେକ୍ସନ୍‌ ଅଫ୍‌ ଚାଇଲ୍‌ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ସରକାର ବାୟୁର ମାନରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ଲାଗି ଏନ୍‌ସିପିସିଆର୍‌୍‌ଙ୍କୁ ଅନୁରୋଧ କରିଥିଲା । ଏହାପରେ ଏନ୍‌ସିପିସିଆର୍‌୍‌ ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷିତ ବାୟୁ ପ୍ରଭାବ ସମୀକ୍ଷା କରିଛି ।

ରିପୋର୍ଟ ଅନୁସାରେ, ଆଜି ସକାଳ ୮ ବେଳେ ଏୟାର୍‌ ଜାତୀୟ ରାଜଧାନୀରେ କ୍ୱାଲିଟି ଇଣ୍ଡେକ୍ସ୍‌ଦ (ଏକ୍ୟୁଆଇ) ଥିଲା ୩୬୪ (ଅତି ମନ୍ଦ ବର୍ଗ) ଏବଂ ସକାଳ ୭ଟା ବେଳେ ଥିଲା ୪୦୮ (ଅତି ସାଙ୍ଘାତିକ ବର୍ଗ) । ଧୀର ବାୟୁପ୍ରବାହଜନିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ କ୍ଷେତରେ ନଡ଼ା ପୋଡ଼ି ଯୋଗୁଁ ଜାତୀୟ ରାଜଧାନୀରେ ବାୟୁ ମାନରେ ଅବନତି ଘଟୁଛି । ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଜାତୀୟ ରାଜଧାନୀ ଗ୍ୟାସ୍‌ ଚେମ୍ବର୍‌ରେ ପରିଣତ ହୋଇଯାଇଛି ଏବଂ ଅନେକ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ମୁଣ୍ଡ ବିନ୍ଧୁଥିବା ଅଭିଯୋଗ କରୁଛନ୍ତି ।

ରାଜଧାନୀ ଦିଲ୍ଲୀରେ ବାୟୁର ମାନ କମୁଥିବାରୁ କିଛି ଦିନ ପୂର୍ବେ ଦିଲ୍ଲୀ ସରକାର ଏନସିଆରେ ଚାଲୁରହିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ କରିଛନ୍ତି ।

Govt

Comments are closed.