ଶ୍ରୁତିଙ୍କ ହଲିଉଡ୍‌ ଗସ୍ତ

ଅଭିନେତ୍ରୀ ଶ୍ରୁତି ହସନ୍‌ ବର୍ତ୍ତମାନ ନିଜର ହଲିଉଡ ପ୍ରୋଜେକଫ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କ ହଲିଉଡ ଫିଲ୍ମ ଦି ଆଇର ଶ୍ରୁତିଙ୍କର ଲୁକ୍‌ ରିଭିଲ୍‌ ହୋଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୁତିଙ୍କ ଜନ୍ମ ଦିନରେ ମେକର୍ସମାନେ ଏହି ଲୁକ୍‌କୁ ରିଲିଜ୍‌ କରିଛନ୍ତି, ଯାହା ଶ୍ରୁତିଙ୍କ ଫ୍ୟାନ୍‌ଙ୍କୁ ଖୁବ ଉତ୍ସାହିତ କରିଛି । ଫ୍ୟାନ୍‌ମାନେ ଶ୍ରୁତିଙ୍କ ଫିଲ୍ମ ଦେଖିବାକୁ ଚାହିଁରହିଥିବା ସୋସିଆଲ ମିଡିଆରେ କମେଣ୍ଟ ମାଧ୍ୟମରେ ମତ ଦେଇଛନ୍ତି । ଦି ଆଇରେ ଶ୍ରୁତିଙ୍କ ଚରିତ୍ରର ନାଁ ରହିଛି ଡାୟନା । ଏହି ସାଇକୋଲୋଜିକାଲ ଥ୍ରିଲରରେ ଶ୍ରୁତିଙ୍କ ସହିତ ଆକଫର ମାର୍କ ରୋଲି ସ୍କ୍ରିନ ସେୟାର କରିବେ । ପ୍ରୋଜେକଫକୁ ନେଇ ଶ୍ରୁତି ଖୁବ ଆଶାବାଦୀ ଅଛନ୍ତି । ଭାରତୀୟ ସିନେମା ଭଳି ତାଙ୍କୁ ହଲିଉଡ୍‌ରେ ମଧ୍ୟ ଭଲ ମାଇଲେଜ୍‌ ମିଳିବ ବୋଲି ସେ ଆଶା ରଖିଛନ୍ତି । ଫିଲ୍ମର କାହାଣୀ ଜଣେ ବିଧବା ଯୁବତୀଙ୍କୁ ନେଇ ଗତିଶୀଳ, ଯେଉଁ ଚରିତ୍ରରେ ଶ୍ରୁତି ଅଭିନୟ କରିଛନ୍ତି । ଫିଲ୍ମଟିକୁ ୨୦୨୩ରେ ଲଣ୍ଡନ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଯାହାକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ ।

Govt

Comments are closed.