ଖାଦ୍ୟ ଡେଲିଭରି କମ୍ପାନୀ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ଏତଲା

0

ପୁରୀ : ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ମହାପ୍ରସାଦ । ଖାଦ୍ୟ ଡେଲିଭରି କମ୍ପାନୀ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦେଇଛି ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପୁରୀ ସାଇବର ଥାନାରେ କମ୍ପାନୀ ବିରୋଧରେ ଏତଲା ଦିଆଯାଇଛି ।

ସ୍ୱିଗୀ ଜୋମାଟୋ ଭଳି ଅନ୍‌ଲାଇନ ପ୍ଲାଟଫର୍ମରେ ମାତ୍ର ୫୦ ଟଙ୍କାରେ ମହାପ୍ରସାଦ ମିଳୁଛି ବୋଲି ହେଉଛି ବିଜ୍ଞାପନ । ଅର୍ଡର କଲେ ମହାପ୍ରସାଦ ହୋମ୍‌ ଡେଲିଭରି କରାଯିବ ବୋଲି ସୋସିଆଲ ମିଡିଆରେ ବିଜ୍ଞାପନ କରାଯାଉଛି । ଏହାଦ୍ୱାରା ମହାପ୍ରସାଦର ଅପମାନ ହେଉଥିବା ଶ୍ରୀମନ୍ଦିର ସେବାୟତ ଓ ଅନ୍ୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଉଠିଛି । ଏହାପରେ ଆକ୍ସନ୍‌କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ସଂପୃକ୍ତ ଆପ୍ ବିରୋଧରେ ଏତଲା ପାଇଁ ନିର୍ଦେ୍ଦଶ ଦିଆଯାଇଛି। ଏଥି ସହିିତ ସୋସିଆଲ ମିଡିଆରୁ ବିଜ୍ଞାପନ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରି ନେଇ କୌଣସି ଅନୁମତି କାହାକୁ ଦିଆଯାଇନାହିଁ । ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରାଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ଅନଲାଇନ୍‌ରେ ଅନ୍ନପ୍ରସାଦ ମିଳିବା ନେଇ ଫୁଡ୍ ଡେଲିଭରୀ ଆପ୍‌ରେ ବିଜ୍ଞାପନ ବାହାରିଥିଲା । ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢ଼ା, ମା’ ତାରେଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ଉପଲବ୍ଧ ବୋଲି କୁହାଯାଇଥିଲା । ମହାଧାର୍ମିକ କାର୍ତ୍ତିକ ମାସ ସାରା ମାତ୍ର ୪୯ ଟଙ୍କାରେ ଖାଦ୍ୟ ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଥିଲା ।

ପୂର୍ବରୁ ମଧ୍ୟ ଅନଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଥିଲେ, ପୁରୀ ଆସି ମହାପ୍ରସାଦ ପାଇ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ । ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ । ମହାପ୍ରସାଦର ଅନଲାଇନ ବିତରଣ ହେଉନାହିଁ । ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ଭ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜିନାହାନ୍ତି । ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନରେ ବିକ୍ରି କରନ୍ତୁ ନାହିଁ ’ବୋଲି କହି ଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.