ଶ୍ରଦ୍ଧାଞ୍ଜଳି ନିରାଶ, ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର : ହାଇକୋର୍ଟରୁ ନିରାଶ ହେଲେ ଶ୍ରଦ୍ଧାଞ୍ଜଳି ବେହେରା I ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା I ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ଘନିଷ୍ଠ ସହଯୋଗୀ ଥିଲେ ଶ୍ରଦ୍ଧାଞ୍ଜଳି I ପୂର୍ବରୁ ଇଡି ଶ୍ରାଦ୍ଧାଞ୍ଜଳିଙ୍କୁ ୨ ଥର ଜେରା ଗିରଫ କରିଥିଲା I ତେବେଅର୍ଚ୍ଚନା ନାଗ ମାମଲାରେ ଇଡି ପକ୍ଷରୁ ତାଙ୍କୁ ୨ ଥର ସମନ ହେବ ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ତଦନ୍ତରେ ସହଯୋଗ କରୁନଥିବା କୁହାଯାଇଥିଲା। ଏହି ଘଟଣାରେ ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ଥିଲା। ଶୁଣାଣି ପରେ ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି ହାଇକୋର୍ଟ I ଏହାସହିତ ତଦନ୍ତ ପ୍ରକ୍ରିୟାରେ ଇଡ଼ିକୁ ସହଯୋଗ କରିବାକୁ ହାଇକୋର୍ଟ ଶ୍ରଦ୍ଧାଞ୍ଜଳି ଙ୍କୁ ନିର୍ଦେଶ ଦେଇଥିବା ଜଣା ପଡିଛି I ଏହି ଘଟଣାରେ ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଗତକାଲି ସ୍ୱାମୀ ଜଗବନ୍ଧୁ ଚIନ୍ଦ ଏବଂ ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଥିଲେ । ଫଳରେ ଇଡି ଉଭୟଙ୍କୁ ରିମାଣ୍ଡରେ ନେଇଛି । ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ୭ଦିନ ପାଇଁ ପୁଣି ଥରେ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ସେହିପରି ଜଗବନ୍ଧୁଙ୍କୁ ତାଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ କିନ୍ତୁ ତାଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ନାଗ-ଚାନ୍ଦ ଦମ୍ପତିଙ୍କ ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲିବାକୁ ପ୍ରଥମେ ଉଭୟଙ୍କୁ ପୃଥକ ଭାବେ ଜେରା କରିବ ଇଡି। ପରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯିବ।

Govt

Comments are closed.