ସେନା ଗାଡି ଉପରକୁ ଗୁଳିମାଡ଼,୩ ଆତଙ୍କବାଦୀ ସଫା

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟରରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ଼ । ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକ ସେନା ଗାଡି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଗୁଳି ଚାଳନାରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣାପାରେ ସେନା ତରଫରୁ ଅଖନୋର ଠାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୭ଟା ବେଳକୁ ତିନିଜଣ ଆତଙ୍କବାଦୀ ଅଖନୁର ବଟାଲ ଅଞ୍ଚଳରେ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତେବେ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ସମସ୍ତ ପ୍ରସ୍ଥାନ ପଏଣ୍ଟକୁ ସିଲ୍ କରାଯାଇଛି ବୋଲି ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା ହେଇଥିବା ଜଣ ପଡିଛି ।

ପ୍ରକାଶ ଥାଉକି ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତ ଅକ୍ଟୋବର ୨୪ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରି ଦୁଇ ଜଣ ସୈନିକଙ୍କ ଦସମେତ ସମୁଦାୟ ୪ ଜଣଙ୍କୁ ହତ୍ୟା କରିଥିଲେ।

Launching Ceremony of “AYUSHMAN BHARAT

Comments are closed.