ଶୋଭନା ମହାନ୍ତି-ବବିତା ପାତ୍ର ହେଲେ ମହିଳା କମିଶନ ଏବଂ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା

0

ଭୁବନେଶ୍ୱର : ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଅଧ୍ୟକ୍ଷ ପଦ ଘୋଷଣା । ମହିଳା କମିଶନ ଏବଂ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ପଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇ ଥିବାବେଳେ ବବିତା ପାତ୍ରଙ୍କୁ ଶିଶୁଅଧିକାର ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତି ମିଳିଛି । ତାଙ୍କ ସହିତ ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ । ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି। ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଘର ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁରେ । ସେ ଏହି ପଦବିରେ ତିନି ବର୍ଷ ରହିବେ।

ସେହିପରି ରାଜ୍ୟ ସରକାର ବବିତା ପାତ୍ରଙ୍କୁ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଦାୟିତ୍ୱ ଦିଆଯାଇଛି । ମନ୍ଦାକିନୀ କରଙ୍କୁ ବହିଷ୍କାର ପରେ ପ୍ରାୟ ୬ ମାସ ଧରି ଖାଲି ପଡିଥିଲା ଏହି ପଦ । ଏହାସହ ୬ ଜଣ ସଦସ୍ୟାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ନିଯୁକ୍ତି ହୋଇଥିବା ୬ ସଦସ୍ୟ ହେଲେ କଳ୍ପନା ଲେଙ୍କା, ସୁକେଶୀ ଓରାମ୍‌, ଚନ୍ଦନା ଦାଶ, କସ୍ତୁରୀ ମିଶ୍ର, ମନସ୍ମିତା ନାୟକ, ସୁଜାତା ଖୁଣ୍ଟିଆ ।

ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ସୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.