ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ

ମୁମ୍ବାଇ : ପାତ୍ରIଚୋୖଲ ଅର୍ଥ ମାମଲାରେ ଫସିଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୩ ମାସ ପରେ ମିଳିଲା ଜାମିନ I ବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଜି ଜାମିନ ଦେଇଛନ୍ତି। କୋର୍ଟ ଏହି ମାମଲାରେ ସଞ୍ଜୟ ରାଉତଙ୍କ ସହ ପ୍ରବୀଣ ରାଉତଙ୍କୁ ମଧ୍ୟ ଜାମିନ ମଞ୍ଜୁର କରିଛନ୍ତି।

ଏହି ମାମଲାରେ ଗତ ଅଗଷ୍ଟ ୧ରେ ସଞ୍ଜୟ ରାଉତଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପାତ୍ରା ଚୋଲ୍ ଘଟଣାରେ ହୋଇଥିବା ୧୦୩୪ କୋଟି ଟଙ୍କାର ଦୁର୍ନୀତିରେ ସଞ୍ଜୟଙ୍କୁ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଥିବା ବେଳେ ତାଙ୍କୁ ମୁମ୍ବାଇ ସ୍ଥିତ ଆର୍ଥର୍‌ ରୋଡ୍‌ ଜେଲରେ ରଖାଯାଇଥିଲା । ଇଡି ତାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା ଯେ ମନି ଟ୍ରାଏଲରୁ ବର୍ତ୍ତିବା ପାଇଁ ସଞ୍ଜୟ ରାଉତ ପରଦା ପଛରେ ରହି ସବୁ କିଛି କରୁଥିଲେ। ସେ ହିଁ ପୂରା ଦୁର୍ନୀତିର ମାଷ୍ଟରମାଇଣ୍ଡ। ଅକ୍ଟୋବର ୨୧ରେ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସଞ୍ଜୟ ରାଉତଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଶେଷରେ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି।

Comments are closed.