ମୁମ୍ବାଇ: ୟୁଟୁ୍ୟବ ଯାତ୍ରା ପରେ ବର୍ତ୍ତମାନ ବଲିଉଡ୍ରେ ପାଦ ରଖିବାକୁ ଯାଉଛନ୍ତି ନାସନାଲ କ୍ରସ୍ ଶିର୍ଲେ ସେତିୟା । ଫିଲ୍ମର ନାଁ ରହିଛି ନିକମ୍ମା । ଏଥିରେ ତାଙ୍କ ଅପୋଜିଟ୍ରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁତ୍ର ଅଭିମନୁ୍ୟ ଦସାନୀ ଅଭିନୟ କରିବେ ।

ଏହା ବ୍ୟତୀତ ଶିଳ୍ପା ସେଚ୍ଚୀ, ସୁନୀଲ ଗ୍ରୋଭର୍ ଏବଂ ସମୀର ସୋନୀ ମଧ୍ୟ ନଜର ଆସିବେ । ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ଏହି ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍ ହୋଇଛି । ଏହା ସହ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଚି । ଆକ୍ସନ ସହ ରୋମାନ୍ସ ଏବଂ କମେଡିର ଭରପୂର ଥିବା ଏହି ଫିଲ୍ମ ୧୭ ଜୁନକୁ ବଡ଼ ପରଦାରେ ମୁକ୍ତିଲାଭ କରିବ ।

ଏଥିରେ ଅଭିମନୁ୍ୟ ସିଦ୍ଧ ଏବଂ ଶିର୍ଲେ ସିୟା ଚରିତ୍ରରେ ନଜର ଆସିବେ । ନିର୍ମାତା ଭାବେ ଶ³ୀର ଖାନଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ଶିର୍ଲେ ମଧ୍ୟ ଏହି ଫିଲ୍ମ ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିବେ । ଶିର୍ଲେ ତାଙ୍କ କ୍ୟାରିଅର ସଙ୍ଗୀତ କ୍ଷେତ୍ରରୁ ଆରମ୍ଭ କରିଛନ୍ତି । ସୁପରହିଟ୍ ଫିଲ୍ମ ‘ଆଶିକି ୨’ର ଲୋକପ୍ରିୟ ଗୀତ ‘ତୁମ ହି ହୋ’କୁ ନିଜ ନିଆରା ଅନ୍ଦାଜରେ ଗାଇ ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଥିଲେ ।

ଏହା ବ୍ୟତୀତ ତେରେ ନାଲ୍ ରହନା, କଈ ବି ନହିଁ, ନଇୟୋ ଜାନା ପରି ହିଟ୍ ଗୀତରେ ନିଜର କଣ୍ଠଦାନ କରିସାରିଛନ୍ତି । ଶିର୍ଲେ କେବଳ ତାଙ୍କର ମଧୁର ସ୍ୱର ପାଇଁ ନୁହେଁ ବରଂ କୁ୍ୟଟନେସ୍ ପାଇଁ ମଧ୍ୟ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏଥିପାଇଁ ତାଙ୍କୁ ନାସନାଲ କ୍ରସ୍ର ଆଖ୍ୟା ଦେଇଛନ୍ତି ।

Comments are closed.