ସୋସିଆଲ ମିଡିଆ ସେନ୍ସେସନ୍ ଶିର୍ଲି ସେଟିୟା ଗାୟିକା ଭାବେ ତାଙ୍କ ପେଶାଗତ ଜୀବନୀ ଆରମ୍ଭ କରିଥିଲେ । ଏହାପରେ ଅଭିନେତ୍ରୀ ରୂପେ ପରଦାରେ ନିଜ ଅଭିନୟ ଦକ୍ଷତାକୁ ପ୍ରମାଣିତ କରିସାରିଛନ୍ତି । କେବଳ ସେତିକି ନୁହେଁ ହିନ୍ଦୀ ଭାଷାରୁ ଅନ୍ୟ ଭାଷା ପର୍ଯ୍ୟନ୍ତ ସର୍ବଦା କିଛି ନା କିଛି ନୂଆ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଆଉ ଏବେର ଖବର ଅନୁଯାୟୀ ଖୁବଶୀଘ୍ର ଶିର୍ଲି ସେଟିୟା ‘କୃଷ୍ଣା ବୃନ୍ଦା ବିହାରୀ’ ସହ ତେଲୁଗୁ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଏହି ରୋମାଣ୍ଟିକ ଫିଲ୍ମରେ ସେ ନାଗା ଶୌର୍ଯ୍ୟଙ୍କ ସହ ନଜର ଆସିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଯେଉଁଠାରେ ଅଧିକାଂଶ ଉତ୍ତର ଭାରତୀୟ ଅଭିନେତ୍ରୀ ଦକ୍ଷିଣ ଭାରତୀୟ ଫିଲ୍ମରେ ଡବିଂ କରିବା ପାଇଁ ଦୂରେଇ ରହିବାକୁ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ଶିର୍ଲି ଏହି ଚ୍ୟାଲେଞ୍ଜକୁ ଖୁସି ଖୁସିରେ ଗ୍ରହଣ କରିଛନ୍ତି ।
ନିକଟରେ ଏହି ଫିଲ୍ମର ଡବିଂ ନିଜେ ସେ ତେଲୁଗୁ ଭାଷାରେ କରିଛନ୍ତି । ସବୁବେଳେ ନୂଆ କରିବାର ପ୍ରୟାସକୁ ନେଇ ଶିର୍ଲି କହିଛନ୍ତି ଯେ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ପାଇଁ ଡବିଂ କରିବା ଚ୍ୟାଲେଞ୍ଜ ସଦୃଶ ଥିଲା, କିନ୍ତୁ ଏହା ସନ୍ତୋଷଜନକ ମଧ୍ୟ ଥିଲା । ଡବ୍ ପାଇଁ ପ୍ରୋତ୍ସାହିତ କରିଥିବା ମହେଶ ଗାରୁ, ଉଷା ଏବଂ ପୁରା ଫିଲ୍ମର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କମ୍ ଆୟୁରେ ସୋସିଆଲ ମିଡିଆରେ ଯୁବପିଢିଙ୍କ ହୃଦୟରେ ରାଜ କରୁଥିବା ଶିର୍ଲି ସେଟିୟା ନେଟଫ୍ଲିକ୍ସ ଫିଲ୍ମ ‘ମସ୍କା’ ଜରିଆରେ ଆକଫି ଡେବୁ୍ୟ କରିସାରିଛନ୍ତି ।
ଏହାପୂର୍ବରୁ ହିନ୍ଦୀ ଫିଲ୍ମରେ ସେ ଅନେକ ହିଟ୍ ଗୀତ ଗାଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଥିମଧ୍ୟରୁ ‘ସନମ୍ ରେ’ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଶିର୍ଲି ତାଙ୍କର ପ୍ରଥମ ବଲିଉଡ୍ ପଦାର୍ପଣକୁ ପ୍ରତୀକ୍ଷା କରିଛନ୍ତି । ଫିଲ୍ମର ନାଁ ‘ନିMମା’ ରହିଛି । ଏଥିରେ ଅଭିମନୁ୍ୟ ଦାସାନୀ ଏବଂ ଶିଳ୍ପା ସେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମଟି ଚଳିତ ବର୍ଷ ୧୭ ଜୁନ୍ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

Comments are closed.