ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ଅଭିଯୋଗ ଆସିବା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଭଟ୍ଟା ପଡ଼ିଥିଲା । ଏପରିକି ଅଭିନେତ୍ରୀ ଶିଳ୍ପା ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ନିଜ ମାଆ ସୁନନ୍ଦାଙ୍କ ପାଖରେ ରହିଥିଲେ । ଏହି ଅଭିଯୋଗରେ ରାଜ ଜେଲ୍ରୁ ମୁକୁଳିବା ପରେ ଶିଳ୍ପା ତାଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁନଥିଲେ । ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଥିଲା ବୋଲି ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ଏବେ ସବୁ ମନମାଳିନ୍ୟ ଓ ରାଗରୁଷା ଉପରେ ପୁନଚ୍ଛେଦ ଲାଗିଛି ।
ପୁଣି ଶିଳ୍ପା ଓ ରାଜ ଏକାଠି ହୋଇଛନ୍ତି । ଦୁହିଁଙ୍କୁ ପ୍ୟାରିସ୍ରେ ଏକତ୍ର ଦେଖିବାକୁ ମିଳିଛିି । ଶିଳ୍ପା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ‘ଆଇଫିଲï ଟାୱାର’ର ଏକ ଫଟୋ ସେୟାର କରିଛନ୍ତି । ଏହାସହିତ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି , ଯାହାକୁ ଦେଖିବା ପରେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଫଟୋରେ ଶିଳ୍ପା ଓ ରାଜ ଏକତ୍ର ଦେଖିବାକୁ ମିଳୁଛନ୍ତି ଓ ଅଭିନେତ୍ରୀ ଫଟୋ କ୍ୟାପସନ୍ରେ ଲେଖିଛନ୍ତି-‘ପ୍ୟାରିସ୍ ୱିଥ୍ ମାଇ ପଞ୍ଜାବୀ’ ।
ଏହି ଫଟୋଟି ଦେଖିବା ପରେ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ଆସିଛି । ଏକ ରିପୋର୍ଟ ଅନୁସାରେ ଅଭିନେତ୍ରୀ ଶିଳ୍ପା ଓ ରାଜ ଦୁହେଁ ପ୍ୟାରିସ୍ ଭ୍ରମଣରେ ରହିଛନ୍ତି । ସୋମନଙ୍କ ସହିତ ଶିଳ୍ପାଙ୍କ ମାଆ ସୁନନ୍ଦା ଓ ଭଉଣୀ ଅଭିନେତ୍ରୀ ସମୀତା ସେଟ୍ଟୀ ମଧ୍ୟ ରହିଛନ୍ତି । ସେ ଯାହାବି ହେଉ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ଏକାଠି ହୋଇ ପ୍ୟାରିସ୍ ଭ୍ରମଣରେ ରହିଛନ୍ତି , ଯାହା ସେମାନଙ୍କ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ପ୍ରଶଂସକ ଶିଳ୍ପାଙ୍କ ସେୟାର୍ ଫଟୋରେ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.