କଟକ: ଅପ୍ରେଲ ୦୮: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଆହୁରି ଅଧିକ ସମୟ ପାଇଁ ରିମାଣ୍ଡରେ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ତେବେ ଆସନ୍ତା ୧୧ ତାରିଖରୁ ଉଭୟଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି । ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ ନିଆଯାଇଥିଲା । ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଯେଉଁ ମେମୋରୀ ଚିପ୍ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତାହା ଏବେ କେଉଁଠି ତାର ଠୋସ୍ ପ୍ରମାଣ ଏଯାଏ ମିଳିନି । ଚିପ୍ ଖୋଜି ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର, ଭୁବନେଶ୍ୱରରେ ମାନସ ରହୁଥିବା ସ୍ଥାନରେ ଚିପ୍ ଖୋଜାଖୋଜି କରିଥିଲେ ମଧ୍ୟ ଏହାକୁ ପାଇନି ।

Comments are closed.