ପରିବାର ସମର୍ଥନ ଦୂର କରିଥିଲା ଅବସାଦ: ସମିତା

ମୁମ୍ବାଇ: ଆଜିର ଚାପଗ୍ରସ୍ତ ପରିପୂର୍ଣ୍ଣ ଦୁନିଆରେ ଅନେକ ଲୋକ ଉଦାସୀନତାର ଶିକାର ହେଉଛନ୍ତି । ଅବସାଦ ଧନୀ କିମ୍ବା ଗରିବ ଦେଖେ ନାହିଁ । ଅନେକ ବଡ଼ ବଡ଼ ଷ୍ଟାର ମଧ୍ୟ ମାନସିକ ରୋଗରେ ପୀଡ଼ିତ ହେବାର ପ୍ରତିଦିନ ଖବର ଆସୁଛି । କେହି କେହି ଏସମ୍ପର୍କରେ ଖୋଲି କରି ଆଲୋଚନା କରୁଛନ୍ତି ।

 ପରିବାର ସମର୍ଥନ ଦୂର କରିଥିଲା ଅବସାଦ: ସମିତା

ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛନ୍ତି ଜଣାଶୁଣା ଅଭିନେତ୍ରୀ, ହୋଷ୍ଟ ତଥା ବିଗ୍‌ ବସ୍‌ ପ୍ରତିଯୋଗୀ ସମିତା ସେଟ୍ଟୀ । ନିକଟରେ ସମିତା ତାଙ୍କର ଅସୁରକ୍ଷିତତା ଏବଂ ଉଦାସୀନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ମାନସିକ ସ୍ୱାସ୍ଥ୍ୟକୁ ନେଇ ସମିତା କହିଛନ୍ତି ଯେ ପ୍ରଥମେ ତାଙ୍କ ସହ କଣ ଘଟିଥିଲା, ସେସବୁ ବୁଝି ପାରିନଥିଲେ । ସେ କେବଳ ଦୁଃଖୀ ଏବଂ କୌଣସି କ୍ଷେତ୍ରରେ ମନ ଲଗାଇ ପାରୁନଥିଲେ ।

 ପରିବାର ସମର୍ଥନ ଦୂର କରିଥିଲା ଅବସାଦ: ସମିତା

କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଡିପ୍ରେସନରେ ପୀଡ଼ିତ, ତାପରେ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲେ । ତାଙ୍କ କହିବା ଅନୁସାରେ, ସର୍ବପ୍ରଥମେ ସ୍ୱୀକାର କରନ୍ତୁ ଯେ ହିଁ ଆପଣଙ୍କଠାରେ ଏହି ସମସ୍ୟା ଅଛି ଏବଂ ଏହି ସ୍ୱୀକାରୋକ୍ତି ହିଁ ଚିକିତ୍ସାର ପ୍ରଥମ ସୋପାନ ହୋଇଥାଏ । ସମିତା କହିଛନ୍ତି ଯଦିଓ ସେ ଏବେ ସୁସ୍ଥ ଅଛନ୍ତି, କିନ୍ତୁ ସେତେବେଳେ ସେ ତାଙ୍କର ଅସୁରକ୍ଷିତତା ଏବଂ ସମାଜ ତଥା ଟ୍ରୋଲରଙ୍କ ଆକ୍ଷେପକୁ ଭୟ କରୁଥିଲେ, ଯେଉଁଥିପାଇଁ ସେ ସର୍ବଦା ଡିପ୍ରେସନରେ ରହୁଥିଲେ ।
 ପରିବାର ସମର୍ଥନ ଦୂର କରିଥିଲା ଅବସାଦ: ସମିତା

ଧୀରେଧୀରେ ମାନସିକ ଚିକିତ୍ସା ପରେ ନିଜକୁ ମଜବୁତ ପାଇଥିଲେ । ଏହି ପରିବର୍ତ୍ତନ ସହ ସେ ବିଗ୍‌ ବସ୍‌ ଘରେ ପ୍ରବେଶ କରିଥିଲେ । ପରିବାରର ସମର୍ଥନ ନିହାତି ଜରୁରୀ ହୋଇଥାଏ ବୋଲି ସମିତା ବିଶ୍ୱାସ କରନ୍ତି । ସମିତା ସେଟ୍ଟୀ ଆଜିକାଲି ଅଭିନେତା ରାକେଶ ବାପଟାକୁ ଡେଟ୍‌ କରୁଛନ୍ତି ।

Comments are closed.