ନୂଆ ରୂପରେ ରୂପେଲି ପରଦାକୁ ଫେରୁଛି ‘ଶକ୍ତିମାନ’

୯୦ ଦଶକର ସୁପରହିଟ୍‌ ଧାରାବାହିକ ‘ଶକ୍ତିମାନ’ ଏବେ ଚଳଚ୍ଚିତ୍ରରେ ନିର୍ମାଣ ହେବାକୁ ଯାଉଛି । ସୋନି ଟିଭି ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ଏକ ଭିଡିଓ କ୍ଲିପ୍‌ ଟୁଇଟର୍‌ରେ ସେୟାର କରିଛି । ଯେଉଁଥିରେ ଶକ୍ତିମାନର ଚେହେରା ନଜର ଆସୁନି, ହେଲେ ଶକ୍ତିମାନର ନୂଆ ନାଲି ରଙ୍ଗର ପୋଷାକ ସହିତ ଚଷମା ଓ ଏକ ଆଇକାର୍ଡ ଥିବା ନଜର ରହିଛି ।

ନୂଆ ରୂପରେ ରୂପେଲି ପରଦାକୁ ଫେରୁଛି ‘ଶକ୍ତିମାନ’

ଖବର ଅନୁସାରେ, ‘ଆଭେଞ୍ଜରସ୍‌’ ଚଳଚ୍ଚିତ୍ର ପରି ଶକ୍ତିମାନ ଚଳଚ୍ଚିତ୍ର ମଧ୍ୟ ତିନୋଟି ଭାଗରେ ନିର୍ମାଣ ହେବ । ସୋନି ପିକ୍‌ଚର୍ସ ସହିତ ‘ବ୍ରୁଇଙ୍ଗ ସର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ’ ଏବଂ ଶକ୍ତିମାନ ତଥା ଅଭିନେତା ମୁକେଶ ଖାନ୍ନାଙ୍କ ‘ଭୀଷ୍ମ ଇଣ୍ଟରନ୍ୟାସନାଲ’ ମିଳିତ ଭାବେ ଏହି ଚଳଚ୍ଚିତ୍ରରେ କାମ କରୁଛନ୍ତି ।
ନୂଆ ରୂପରେ ରୂପେଲି ପରଦାକୁ ଫେରୁଛି ‘ଶକ୍ତିମାନ’

ଖୁବ୍‌ ଶିଘ୍ରୀ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେଉଛି । ହିନ୍ଦୀ ଭାଷା ସହିତ ମଲାୟାଲମ, ତେଲଗୁ ଏବଂ ତାମିଲ ଭାଷାରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ।

ଶକ୍ତିମାନ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୁକେଶ ଖାନ୍ନା ମଧ୍ୟ ଚଳଚ୍ଚିତ୍ର କାମରେ ଜଡ଼ିତ ରହିଛନ୍ତି । ଏନେଇ ସେ କହିଛନ୍ତି, ଏହା କୌଣସି ସ୍ୱପ୍ନଠାରୁ କମ୍‌ ନୁହେଁ । ଆମେ ଏହି ଚଳଚ୍ଚିତ୍ର ପାଇଁ ଏକ ବଡ଼ ଚେହେରା ଖୋଜୁଛୁ ।

ନୂଆ ରୂପରେ ରୂପେଲି ପରଦାକୁ ଫେରୁଛି ‘ଶକ୍ତିମାନ’

ସୂଚନାଯୋଗ୍ୟଯେ, ଲକ୍‌ଡାଉନ୍‌ ସମୟରେ ଶକ୍ତିମାନ ଧାରାବାହିକ ପୁଣି ଥରେ ଟିଭିରେ ପଦର୍ଶିତ ହୋଇଥିଲା , ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ଏହାକୁ ନଜରରେ ରଖି ଚଳଚ୍ଚିତ୍ର ନିର୍ମାତା ଶକ୍ତିମାନ ଧାରାବାହିକକୁ ଚଳଚ୍ଚିତ୍ରର ରୂପ ଦେବା ପାଇଁ ଯୋଜନ ଆରମ୍ଭ କରିଥିଲେ ।

Govt

Comments are closed.