ଦିଲ୍ଲୀ: ମାର୍ଚ୍ଚ ୧୨: ଗତ ରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୬୦ଟି କୁଡ଼ିଆ ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ୭ଜଣ ଜୀବନ୍ତ ଦU ହୋଇଯାଇଥିବା ଖବର ରହିଛି ।
ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ବେଳେ ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗ ପାଖକୁ ଖବର ଆସିଥିଲା । ଖବର ପାଇବା କ୍ଷଣୀ ଘଟଣାସ୍ଥଳକୁ ୧୩ଟି ଦମକଳ ଅଗ୍ନି ଲିଭାଇବା ପାଇଁ ଯାଇଥିଲା । ଦିଲ୍ଲୀ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ସୂଚନା ଅନୁସାରେ, ଭୟଙ୍କର ଅଗ୍ନିକାଣ୍ଡରେ ୭ଟି ଦU ଶବ ଉଦ୍ଧାର କରାଯାଇଛି ।
ଶବ ଏତେ ଜଳିଯାଇଛି ଯେ, ସେମାନଙ୍କୁ ଲିଙ୍ଗ ଓ ବୟସ ଚିହ୍ନିବା କଷ୍ଟକର ହେଉଛି । ମନେ ହେଉଛି, ଶୋଇଥିବା ବେଳେ ଅତି ପ୍ରଖର ବେଗରେ ନିଆଁ ମାଡ଼ି ଯିବାରୁ ସେମାନେ ବାହାରି ଆସିବାକୁ ବାଟ ପାଇ ନ ଥିବେ । ପ୍ରାୟ ୬୦ଟି କୁଡ଼ିଆ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ଏହି ଦୁଃଖଦ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସକାଳୁ ସକାଳୁ ଏହି ଦୁଃଖଦାୟକ ଖବର ଶୁଣିଲି । ମୁଁ ନିଜେ ସେଠାକୁ ଯାଇ ପୀଡ଼ିତ ଲୋକମାନଙ୍କୁ ଭେଟିବି ।
ଅନ୍ୟପକ୍ଷରେ, ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ୭ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଲାଗି ଶୋକ ପ୍ରକାଶ କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ୧ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ପାଖରେ ଦାବି କରିଛନ୍ତି ।

Comments are closed.