ସେନ୍ସେକ୍ସର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର : ସର୍ବକାଳୀନ ସ୍ତରରେ ପହଞ୍ଚିଛି ଭାରତୀୟ ସେୟାର ମାର୍କେଟ । ଆଜି ଏକ ନୂତନ ରେକର୍ଡ ସୃଷ୍ଟି କରିପାରିଛି ସେନ୍ସେକ୍ସ । କ୍ରମାଗତ ୩ୟ ଦିନ ପାଇଁ ଭାରତୀୟ ସେୟାର ମାର୍କେଟରେ ବୃଦ୍ଧି ଘଟିଛି । ପ୍ରାରମ୍ଭିକ ପତନ ପରେ ସେନସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ କରିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ହଜାର ପଏଣ୍ଟ ଅତିକ୍ରମ କରିଛି ଯାହା ୮୪,୯୨୮ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟ ସକାଳ ୧୦ଟାରୁ ୨୬ ହଜାର ଛୁଇଁବା ସହ ଉପରମୁହାଁ ରହିଛି ।

୨୩ ସେପ୍ଟେମ୍ବରକୁ ବଜାରରେ ତୃତୀୟ କାରବାରୀ କ୍ଷେତ୍ରରେ ବୃଦ୍ଧିରହିଥିଲା । ଆଇଟି ସେକ୍ଟରକୁ ଛାଡି ସବୁ ସେକ୍ଟରରେ କିଣାବିକା ମଧ୍ୟରେ ନିଫ୍ଟି ୨୫.୯୫୦ ପହଞ୍ଚି ଯାଇଥିଲା । କାରବାରର ଶେଷକୁ ସେନସେକ୍ସ ୩୮୪.୩୦ ଅଙ୍କା ବା ୦.୪୫ ପ୍ରତିଶତ ବୃଦ୍ଧି ପାଇ ୮୪,୯୨୮ ଓ ନିଫ୍ଟି ୧୪୮.୦୫ ବା ୦.୫୭ ପ୍ରିଶତ ବଢି ୨୫.୯୩୯କୁ ଛୁଇଁଥିଲା ।
ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ପ୍ରଥମରୁ କମ୍‌ ପଏଣ୍ଟ ସହ ସହିତ କାରବାର ଆରମ୍ଭ କରିଥିଲା । କିନ୍ତୁ, ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ଏଥିରେ ବୃଦ୍ଧି ଦେଖାଦେଇଥିଲା। ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ନାଲି ରଙ୍ଗରେ ଖୋଲିଥିଲେ । ପ୍ରି-ଓପନିଂ ସେସନ୍‌ରେ ସେନ୍ସେକ୍ସ ୬୭.୮୮ ପଏଣ୍ଟରେ ଏବଂ ନିଫ୍ଟି ୧୭.୬୦ ପଏଣ୍ଟରେ ଖୋଲିଥିଲା ​​। ସକାଳ ୯ଟା ୧୫ରେ, ସେନ୍ସେକ୍ସ ୧୨୯.୩୪ ପଏଣ୍ଟ ହ୍ରାସ ପାଇ ୮୪,୭୯୯.୨୭ରେ ପହଞ୍ଚିଥିବା ବେଳେ ନିଫ୍ଟି ୨୫,୯୨୨.୭୦ରେ ୧୬.୩୫ ପଏଣ୍ଟ ଖସିଥିଲା । ସେୟାର ବଜାରରେ ବୃଦ୍ଧି ଘଟିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ ଆଣ୍ଡ ଏମ ସେୟାର) ଠାରୁ ଆରମ୍ଭ କରି ଏସବିଆଇ (ଏସବିଆଇ ସେୟାର) ଗୁଡିକ ମଧ୍ୟ ଦ୍ରୁତ ଗତିରେ ଉପର ମୁହାଁ ହେଉଛି I

Launching Ceremony of “AYUSHMAN BHARAT

Comments are closed.